Jai Odisha
News

ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସାରା ଦେଶ ପାଳନ କରୁଛି ବ୍ଲାକ୍ ଡେ

ଆଜି ସାରା ଦେଶ ପାଳୁଛି ବ୍ଲାକ୍‌‌ ଡେ। ୧୪ ଫେବ୍ରୁଆରୀ ୨୦୨୪କୁ ପୁଲୱାମା ଆକ୍ରମଣକୁ ପୂରିଛି ୫ ବର୍ଷ। ସହିଦ୍‌‌ ହୋଇଥିବା ଯବାନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି।ପୁଲୱାମାରେ ହୋଇଥିବା ଆକ୍ରମଣରେ ସହିଦ୍‌‌ ହୋଇଥିବା ଯବାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ କହିଛନ୍ତି, ପୁଲୱାମାରେ ସହିଦ୍‌‌ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଯବାନଙ୍କ ଦେଶ ପାଇଁ ସେବା ଓ ଆତ୍ମବଳି ସର୍ବଦା ଚିରସ୍ମରଣୀୟ ହୋଇ ରହିବ।

୧୪ଫେବ୍ରୁଆରୀ ୨୦୧୯ରେ ୫ ବର୍ଷ ପୂର୍ବରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସେନାଙ୍କୁ ନେଇ ୭୮ଟି ସେନା ଗାଡି ଯାଉଥିବା ବେଳେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୪୦ ଯବାନ ସହିଦ୍‌‌ ହୋଇଥିଲେ।

Leave A Reply

Your email address will not be published.