Jai Odisha
News

ପୂର୍ଣ୍ଣ କ୍ଷମତାରେ ଚାଲିବ ସବୁ ୟୁନିଭର୍ସିଟି ଓ ଡିଗ୍ରୀ କଲେଜ

ଭୁବନେଶ୍ୱର,୦୧।୦୨: ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣରେ ହ୍ରାସ ପରିଲିକ୍ଷିତ ହେଉଥିବା ବେଳେ କଟକଣାରେ ମଧ୍ୟ କୋହଳ କରାଯାଇଛି । ଅନ୍ୟପଟେ ଶିକ୍ଷାକ୍ଷେତ୍ର ଉପରେ କରୋନାର ର ପାହାର ଅଧିକ ଥିବା ବେଳେ ଏହାର ପ୍ରଭାବ ସିଧାସଳଖ ଛାତ୍ରୀଛାତ୍ରୀଙ୍କ ଉପରେ ପଢୁଛି । ରାଜ୍ୟରେ ସବୁ ୟୁନିଭର୍ସିଟି ଓ ଡିଗ୍ରୀ କଲେଜ ପୂର୍ଣ୍ଣ କର୍ମଚାରୀ କ୍ଷମତାରେ ଚାଲିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଅଧୀନ ସବୁ ୟୁନିଭର୍ସିଟି ଓ କଲେଜକୁ ଚିଠି । ସବୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚାଶିକ୍ଷା ସଚିବଙ୍କ ଚିଠି । କୋଭିଡ କଟକଣା ଭିତରେ କର୍ମଚାରୀମାନେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୂର୍ବଭଳି ଶିକ୍ଷାନୁଷ୍ଠାନରେ ଅନଲାଇନ୍ ମାଧ୍ୟମରେ ପିଲାଙ୍କୁ ପାଠ ପଢାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଅଧୀନ ସବୁ ୟୁନିଭର୍ସିଟି ଓ କଲେଜକୁ ଚିଠି ହୋଇଛି । ସବୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି କରିଛନ୍ତି । କୋଭିଡ କଟକଣା ଭିତରେ କର୍ମଚାରୀମାନେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ପୂର୍ବଭଳି ଶିକ୍ଷାନୁଷ୍ଠାନରେ ଅନଲାଇନ ମାଧ୍ୟମରେ ପିଲାଙ୍କୁ ପାଠ ପଢାଯିବ ।

 

Leave A Reply

Your email address will not be published.