Jai Odisha
News

ପୂର୍ତ୍ତ ବିଭାଗର ପ୍ରତିଶୃତି ପରେ ତୃତୀୟ ଦିନରେ ହଟିଲା ଜନପ୍ରତିନିଧିଙ୍କ ସତ୍ୟାଗ୍ରହ ଆନ୍ଦୋଳନ

 

ବ୍ରହ୍ମପୁର,୮/୯/୨୨ : ବ୍ରହ୍ମପୁର ଉପକଣ୍ଠ ଗେଟ ବଜାର ନିକଟସ୍ଥ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପୋଡ଼ା ହନୁମାନ ମନ୍ଦିର ଠାରେ ଚାଲିଥିବା ତୃତୀୟ ଦିନର ସତ୍ୟାଗ୍ରହ ପୂର୍ତ୍ତ ବିଭାଗ ଏବଂ ବିଦ୍ୟୁତ ବିଭାଗର ପ୍ରତିଶୃତି ପରେ ଜନପ୍ରତିନିଧି ଏବଂ ସ୍ଥାନୀୟ ଜନତାଙ୍କ ଚୁକ୍ତିକୁ ଆଧାର କରି ଆଜି ଆନ୍ଦୋଳନ ସ୍ଥଗିତ ରହିଛି ।ଆସନ୍ତା ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ରାସ୍ତା ଏବଂ ଡ୍ରେନେଜ୍ ନିର୍ମାଣ କରିବା ନିମନ୍ତେ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗ ଲିଖିତ ଭାବେ ଆନ୍ଦୋଳନରତ ପ୍ରତିନିଧିଙ୍କୁ ଲିଖିତ ଭାବେ ପ୍ରଦାନ କରିବା ସହ ବିଦ୍ୟୁତ୍ ବିଭାଗର ଇଲେକ୍ଟ୍ରିପୋଲ ସ୍ଥାନାନ୍ତର ନିମନ୍ତେ ବିଭାଗ ତରଫରୁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ କାରି ଆନ୍ଦୋଳନରୁ ଅହରିଥିଲେ । ଲୋଚାପୋଡ଼ା ଅଞ୍ଚଳରେ ରୋଡନିର୍ମାଣ ଦାବି ସହ ଅନେକ ଅଞ୍ଚଳରେ ଘରମାନଙ୍କ ସାମ୍ନାରେ ବଡ଼ ଗର୍ତ୍ତରେ ପାଣି ଜମିବା ବିଭାଗ ଅଧିକାରୀ ନିର୍ମଳ ନାୟକ ବୁଲିଦେଖିବା ସହ ଲୋକଙ୍କ ସମସ୍ୟା ଦୂର କରିବେ ବୋଲି ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ପ୍ରତିଶୃତି ଦେଇଥିଲେ ।ଏହି ଆନ୍ଦୋଳନରେ ସ୍ଥାନୀୟ ସରପଞ୍ଚ ଏଲ.ମୋହନ ଦାସ,ସମିତିସଭ୍ୟା ଚଣ୍ଡୀଚରଣ ସାହୁ,ବୋରିଗାଁ ସରପଞ୍ଚ ବାବୁଲା ସାହୁ,ଲିଟୁବେହେରା,ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ,ଲକ୍ଷଣ ପାତ୍ର,ଧୋବା ସାହୁ,ସୂର୍ଯ୍ୟମଣି ପାତ୍ର, ହରିହର ନାୟକ,ରାଜା ପାତ୍ର, ଦୀପକ ସାହୁ,ଶିବରାମ ପାତ୍ର,ମୁକୁନ୍ଦ ସାହୁ,ବଳରାମ ସାହୁ,ସତ୍ୟବାନ ସାହୁ,ଶ୍ରୀକାନ୍ତ ସାହୁ,ଗଣେଶ ବେହେରା,ପିଣ୍ଟୁ ପାତ୍ର,ସଞ୍ଜୟ କୁମାର ବକ୍ସି,ରାଜୁ ପାତ୍ର,ସଦାନନ୍ଦ ଗୌଡ଼,ସାଇବ ସେଠି,ବୁଡୁ ସେଠିଙ୍କ ସମେତ ବହୁ ନେତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ l

Leave A Reply

Your email address will not be published.