Jai Odisha
News

ପୂର୍ବତନ ବିଧାୟକ ଉଦୟନାରାୟଣ ଦେବଙ୍କ ପରଲୋକ

ସାନଖେମୁଣ୍ଡି ୦୩।୦୨ : ପୂର୍ବତନ ବିଧାୟକ ଉଦୟନାରାୟଣ ଦେବଙ୍କ ପରଲୋକ । ବୁଧବାର ବିଳମ୍ବିତ ରାତିରେ ଉଦୟନାରାୟଣଙ୍କର ପରଲୋକ ହୋଇଛି ।  ପୂର୍ବତନ ବିଧାୟକ ତଥା ଗଞ୍ଜାମ ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ ମୋହନା ନିର୍ବାଚନ ମଣ୍ଡଳରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଶ୍ୱବିଖ୍ୟାତ ବିହଙ୍ଗ ବିଜ୍ଞାନୀ ଭାବେ ରାଜା ସାହେବଙ୍କର ସୁଖ୍ୟାତି ରହିଛି ।ଉଦୟନାରାୟଣଙ୍କ ବିୟୋଗ ଖବର ଶୁଣି ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଉଦୟନାରାୟଣ ମୋହନା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମେ ୧୯୭୪ରେ ଉତ୍କଳ କଂଗ୍ରେସ, ୧୯୭୭ରେ ସ୍ବାଧୀନ, ୧୯୮୦ରେ ଜନତା ପାର୍ଟି ଦଳରୁ ବିଧାୟକ ହୋଇଥିଲେ । ସେ ପକ୍ଷୀ ବିଷାରଦ ଭାବେ ସମଗ୍ର ବିଶ୍ବରେ ସୁନାମ ଅର୍ଜନ କରିଥିଲେ । ତାଙ୍କର ବନ୍ୟପ୍ରାଣୀ ସହିତ ପକ୍ଷୀମାନଙ୍କର ସଂକ୍ରାନ୍ତରେ ଅନେକ ପୁସ୍ତକ ପ୍ରକାଶିତ ହୋଇଛି । ନିକଟରେ ତାଙ୍କର ଲିଖିତ ପୁସ୍ତକ ବିହଙ୍ଗ ସଂହତା  ନାମରେ  ରାଜ୍ୟପାଳଙ୍କ ଦ୍ବାରା ଲୋକାର୍ପିତ ହୋଇଛି ।

Leave A Reply

Your email address will not be published.