Jai Odisha
News

ପୂର୍ବତନ ସରପଞ୍ଚ ହତ୍ୟା ଘଟଣା

ବ୍ରହ୍ମପୁର ୧୪।୧୧: ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣା ।  ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କ ହତ୍ୟା ମାମଲାରେ ବ୍ରହ୍ମପୁର ବଡବଜାର ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେହିପରି ମାମଲାରେ ସମ୍ପୃକ୍ତ ଜଣେ ନାବାଳକକୁ ଅଟକ ରଖାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି । ଅଭିଯୁକ୍ତଙ୍କ ଠାରୁ ୩ ଟି ଖଣ୍ଡା, ୬ଟି ମୋବାଇଲ, ଗୋଟିଏ ବାଇକ, ଗୋଟିଏ ସ୍କୁଟି ଜବତ କରାଯାଇଛି । ଏହି ଘଟଣାରେ ଷଡଯନ୍ତ୍ର କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଖୋଜାଚାଲିଛି ବୋଲି ପୁଲିସ କହିଛି ।ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଫାଣି ଫ୍ୟାକ୍ଟ୍ରି ନିକଟରେ ଗତ ୫ତାରିଖରେ ଅନନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଦୁର୍ବୃତ୍ତ ଅତି ନିର୍ମମ ଭାବେ ବିଚ୍‌ ରାସ୍ତାରେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ଏବେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ବ୍ରହ୍ମପର ଏସ୍‌ପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।ଘଟଣାରେ ୩ ଟି ଖଣ୍ଡା , ବାଇକ୍ , ୬ ଟି ମୋବାଇଲ୍ ଫୋନ୍, ଦୁଇଟି ଗଜ ଜବତ କରିଛି ପୋଲିସ। ବଡବଜାର ଓ ଦିଗପହଣ୍ଡି ପୁଲିସ୍ ମିଳିତ ଭାବେ ତଦନ୍ତ କରି ଏହି ଘଟଣାରେ ସମସ୍ତଙ୍କୁ ଗିରଫ କରିଛି । ସପ୍ତାହକ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇ ଅଧିକ ତଦନ୍ତ କରାଯିବ ବୋଲି ଏସ୍ ପି କହିଛନ୍ତି ।

Leave A Reply

Your email address will not be published.