Jai Odisha
News

ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୮ା୨: ପୂର୍ବତନ ସାଂସଦ ତଥା କ୍ରିକେଟର ରଂଜୀବ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ଅସୁସ୍ଥ  । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ଅବସ୍ଥା ଗୁରୁତର ନାହିଁ ବୋଲି   ଜଣାପଡ଼ିଛି ।ସୂଚନା ମୁତାବକ, ରଂଜୀବଙ୍କ କାନ୍ଧ ପାଖରେ ଏକ ମାଂସ ବଢୁଥିଲା । ତେଣୁ ଡାକ୍ତରଙ୍କ ପରାମର୍ଶକ୍ରମେ ଉକ୍ତ ମାଂସକୁ କାଢିବା ପାଇଁ ରଂଜୀବ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଦିନ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି ବୋଲି ସୂଚନା ମିଳିଛି । ରଂଜୀବ ବିଶ୍ୱାଳ ହେଉଛନ୍ତି ଜଣେ ପୂର୍ବତନ ଭାରତୀୟ ତଥା ଇଣ୍ଡିଆନ ପ୍ରିମିୟର ଲିଗର ପୂର୍ବତନ ଚେୟାରମ୍ୟାନ । ସେ ୩ ଏପ୍ରିଲ ୨୦୧୪ରୁ ୨ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ସେ ତାଙ୍କ କାର୍ଯକାଳ ମଧ୍ୟରେ ବିଭିନ୍ନ ସଂସଦୀୟ କମିଟିର ଅଧ୍ୟକ୍ଷ ହୋଇଥିଲେ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସୁଦ୍ଧାର ହେବାରେ ଲାଗିଛି । ଦିନେ ଦୁଇଦିନ ମଧ୍ୟରେ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହେବେ ବୋଲି ଜଣାପଡୁଛି ।

Leave A Reply

Your email address will not be published.