Jai Odisha
News

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ,ଦୁର୍ବୃତ୍ତ ଫେରାର

କଟକ ୨୫/୧୦:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ,ଦୁର୍ବୃତ୍ତ ଫେରାର  । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ। ଅଭିଯୋଗ କଲେ କଟକ ଜିଲ୍ଲା ସାଲେପୁର ଥାନା ପିକୋଳ ଗ୍ରାମର ପତିତପାବନ ନାୟକ। ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ଗୋଟି ବୋମାମାଡ଼ ହୋଇଥିବା ନେଇ ପତିତପାବନ ଥାନାରେ ଅଭିଯୋଗ କରିଛନ୍ତି।  ପିକୋଳ ଗ୍ରାମର ପତିତପାବନ ବୋଦାମୁଣ୍ଡାଇ  ବଜାରରେ ପାନ ଦୋକାନ କରିଥିବା ବେଳେ ବଜାରରେ   କିଛି ଯୁବକଙ୍କ ସହିତ ଝଗଡା ହୋଇଥିଲା। ଏ ନେଇ ପତିତପାବନ ଥାନାରେ ଅଭିଯୋଗ କରିଥିଲେ। ଏହାର ସମାଧାନ ଥାନାରେ କରାଯାଇଥିଲା। ସେହି ଘଟଣାକୁ ନେଇ  ପତିତପାବନକୁ ଧମକଚମକ ଦେବାସହ ଜିବନରୁ ମାରିଦେବାକୁ ଧମକ ଦେଇଥିଲେ। ସେହି ଘଟଣାକୁ କେନ୍ଦ୍ରକରି ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଏଭଳି  ଘଟଣା ଘଟାଇଥିବା ନେଇ ପତିତପାବନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ପତିତପାବନ ଦୋକାନବନ୍ଦକରି ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ଘରେଥିବାବେଳେ ଦୁର୍ବୁତ୍ତମାନେ ୨ଗୋଟି ବୋମାମାଡ଼ କରିଥିବାବେଳେ କାହାର କୌଣସି କ୍ଷ୍ୟତି ହୋଇନଥିବା ଦେଖିବାକୁ ମିଳିଛି। ଅଭିଯୋଗପରେ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତଆରମ୍ଭକରିଥିଲା ବେଳେ ବୋମାମାଡ଼ରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

Leave A Reply

Your email address will not be published.