Jai Odisha
News

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ,୧୧ରୁ ଅଧିକ ଆହତ, ୫ ଗୁରୁତର

ଭଦ୍ରକ,୧୮।୦୯ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ରାମପଲ୍ଲୀ ଗାଁରେ ପୂର୍ବ ବିବାଦକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ।ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି. ଅନ୍ତର୍ଗତ ୧୫ ନମ୍ବର ୱାର୍ଡ଼ ରାମପଲ୍ଲୀଠାରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୧୧ରୁ ଅଧିକ ଆହତ ହୋଇଥିବାବେଳେ  ୫ ଜଣଙ୍କ ଅବସ୍ଥା ଗୁରୁତର। ଗୁରୁତରଙ୍କୁ ଭଦ୍ରକ ସ୍ଥାନାନ୍ତରୀତ କରାଯାଇଛି । ଏବେବି ଗାଁରେ ଉତ୍ତେଜିତ ପରିସ୍ଥିତି ଲାଗିରହିଥିବାରୁ ପୁଲିସ ଉଭୟ ମେଡିକାଲ ଏବଂ ଗାଁରେ ପ୍ରହରା ଦେଉଛି।ପୂର୍ବରୁ ଏକ ଗାଁ ରାସ୍ତାର କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା । ଚାନ୍ଦବାଲି ଏନ.ଏ.ସି. ଅନ୍ତର୍ଗତ ୧୫ ନମ୍ବର ୱାର୍ଡ଼ କାଉନସିଲର ଲତିକା ଦାସ ବି ଆହତ ହୋଇଥିବାର ସୂଚନା ମିଳିଛି।

 

Leave A Reply

Your email address will not be published.