Jai Odisha
News

ପୂର୍ବ ଶତ୍ରୁତାକୁ ନେଇ ଥାନା ପରିସରରେ ଯୁବକକୁ ମାଡ଼

ଥାନା ପରିସରରେ ଯୁବକକୁ ଆକ୍ରମଣ

ଭୁବନେଶ୍ୱର : ପୋଲିସଙ୍କୁ ଦୁର୍ବୁତ୍ତଙ୍କ ଖୋଲା ଚ୍ୟାଲେଞ୍ଜ. ପୂର୍ବ ଶତ୍ରୁତାକୁ ନେଇ ଥାନା ପରିସରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ପରିସରରେ । ସୂଚନା ଅନୁସାରେ, ଶନିବାର ରାତ୍ରି ପ୍ରାୟ ୧୦ଟା ରେ ମୁଦୁଲି ସାହିର ଚିତ୍ତ ରଞ୍ଜନ ମୁଦୁଲି ଘରକୁ ଫେରୁଥିଲେ । ଏହି ସମୟରେ ତିନି ଜଣ ଯୁବକ ପୂର୍ବ ଶତୃତାରୁ ଚିତ୍ତ ରଞ୍ଜନଙ୍କୁ ଥାନା ନିକଟରେ ମାଡ଼ ମାରିଥିଲେ । ଚିତ୍ତ ରଞ୍ଜନ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ଥାନା ପରିସରକୁ ଦୌଡ଼ି ଆସିଥିଲେ । ମାତ୍ର ଥାନା ପରିସରରେ ତିନି ଜଣ ଯୁବକ ମାଡ ମାରି ଲହୁଲୁହାଣ କରିବା ସହ ଏକ ଇଟାରେ ଚିତ୍ତରଞ୍ଜନଙ୍କ ମୁହଁକୁ ଆକ୍ରମଣ କରିଥିଲେ । ତେବେ ପୋଲିସ ଦୁଇ ଜଣ ଯୁବକଙ୍କୁ କାବୁ କରିବା ପରେ ଥାନାରେ ଅଟକ ରଖିଛନ୍ତି । ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଖସି ଯାଇଛି । ଏନେଇ ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟ ନାରାୟଣ ପାଢ଼ୀ କୁହନ୍ତି କେହି କାହାକୁ ଚିହ୍ନି ନାହଁନ୍ତି. ସମସ୍ତେ ନିଶାଶକ୍ତ ଅବସ୍ଥାରେ ରହିଥିଲେ. ତେଣୁ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି.ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏହି ସମୟରେ ଥାନାର ଉପରିସ୍ଥ ଅଧିକାରୀ କେଉଁଠି ଥିଲେ.ଥାନା ଭିତରେ ପସି ମାଡ଼ ମାରିବାକୁ ସାହସ ଦେଉଛି କିଏ.

Leave A Reply

Your email address will not be published.