Jai Odisha
News

ପୃଥିବୀ ଆଡକୁ ଦୃତ ଗତିରେ ମାଡ଼ି ଆସୁଛି ଚାଇନା ରକେଟ

ବେଜିଂ,୪।୧୧: ଚୀନ୍ ରକେଟର ବିଫଳ ଲଞ୍ଚିଂ ପରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଏବେ ଏହି ରକେଟ ଅନିୟନ୍ତ୍ରିତ ଅବସ୍ଥାରେ ପୃଥିବୀ ଉପରେ ପଡିପାରେ। ଏହାକୁ ଦୃଷ୍ଟିରେ ରଖି ସ୍ପେନ୍‌ରେ ବହୁ ଏୟାରପୋର୍ଟ ବନ୍ଦ କରିଦିଆ ଯାଇଛି।  ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ଏହି ଅନିୟନ୍ତ୍ରିତ ୨୩ ଟନ୍ ବିଶିଷ୍ଟ ଚୀନ୍ ରକେଟ୍ ଦ୍ରୁତ ଗତିରେ ପୃଥିବି ଆଡ଼କୁ ଆସୁଛି । ଏହାର ଭଗ୍ନାବଶେଷ କୌଣସି ମୁହୁର୍ତ୍ତରେ ପୃଥିବି ଉପରେ ପଡ଼ିପାରେ ।  ଏହାର ଆବର୍ଜନା କେବେ ବି ପୃଥିବୀ ଉପରେ ପଡିପାରେ, ଯାହାଫଳରେ ବହୁ ଦେଶ ପାଇଁ ବଡ ବିପଦ ହେବ। କାହାକୁ ବି ଜଣା ନାହିଁ ଏହି ରକେଟ୍‌ର ଭଗ୍ନାବଶେଷ କେଉଁଠି ପଡିବ। ଏହାକୁ ଦୃଷ୍ଟିରେ ରଖି ୟୁରୋପର ବହୁ ଦେଶକୁ ସତର୍କ କରି ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସ୍ପେନ୍‌ ନିଜର ବହୁ ବିମାନବନ୍ଦରରେ ବିମାନ ଯାତ୍ରାୟତକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଛି।ସୂଚନା ଅନୁସାରେ ସୋମବାର ଅପରାହ୍ଣରେ ଚୀନ୍ ରକେଟ୍ ମେଙ୍ଗସନ୍ ଦକ୍ଷିଣ ଦ୍ୱୀପପୁଞ୍ଜ ହୈନାନରେ ଥିବା ୱେଞ୍ଚାଙ୍ଗ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଏହା ଉତ୍‌କ୍ଷେପଣ କରାଯାଇଥିଲା । ଚୀନ ବୈଜ୍ଞାନିକଙ୍କ ସୂଚନା ମୁତାବକ ୨୩ ଟନ୍‌ର ଏହି ରକେଟ୍‌କୁ ଅନ୍ତରୀକ୍ଷରେ ପହଞ୍ଚିବାକୁ ପ୍ରାୟ ୧୩ ଘଣ୍ଟା ସମୟ ଲାଗିବ ।ତେବେ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ଏହି ରକଟେ୍ ୫ ନଭେମ୍ବରରେ ବାୟୁମଣ୍ଡଳରେ ହିଁ ଧ୍ୱଂସ ହୋଇଯିବ । କିନ୍ତୁ ଏହାର ଭଗ୍ନାବଶେଷ ଆସି ପୃଥିବିରେ ପଡ଼ିବ । ସୂଚନାଯୋଗ୍ୟ ପୁର୍ବରୁ ମଧ୍ୟ ଚୀନ୍‌ର ଅନେକ୍ ରକେଟ୍ ଏହାର ନିୟନ୍ତ୍ରଣ ବାହାରକୁ ଚାଇଲିଯାଇଛନ୍ତି । ଚଳିତ ବର୍ଷ ଜୁଲାଇ ମାସରେ ମଧ୍ୟ ଏକ ରକେଟ୍ ଲଞ୍ଚ ହେବାପରେ ଆସି ପୃଥୀବିରେ ପଡ଼ିଥିଲା । ସେ ସମୟରେ ହୋର ଭଗ୍ନାବଶେଷ ଆସି ମାଲେସିଆ ଏବଂ ଏହାର ଆଖପାଖ ଅଞ୍ଚଳରେ ପଡ଼ିଥିଲା ।

Leave A Reply

Your email address will not be published.