Jai Odisha
News

ପୋଲିସ ହେପାଜତରେ ସୌମ୍ୟଜିତ

ଭୁବନେଶ୍ୱର ୨୪।୦୮:  ଭୁବନେଶ୍ୱରରେ ସଫ୍ଟଓ୍ୱୟାର ଇଂଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ   ପୋଲିସ ହେପାଜତରେ ଶ୍ୱେତାଙ୍କ ପୁରୁଷବନ୍ଧୁ ସୌମ୍ୟଜିତ  । ଚନ୍ଦ୍ରଶେଖପୁର ପୋଲିସ ନିଜ ହେପାଜତରେ ରଖିଥିବା ସୂଚନା । ଖବର ଅନୁଯାୟୀ, ଗତ ରବିବାର ଦିନ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା କୁମାରୀ ଆତ୍ମହତ୍ୟା କରିଥିଲେ । ଏହାପରଠାରୁ ତାଙ୍କ ପୁରୁଷବନ୍ଧୁ ନିଖୋଜ ଥିଲେ । କିନ୍ତୁ ଏସବୁ ଭିତରେ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ସୌମ୍ୟଜିତ୍‌ଙ୍କ ବିରୋଧରେ ୩୦୬ ଦଫାରେ ମାମଲା ରୁଜୁ କରିଛି ପୋଲିସ । ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ସୌମ୍ୟଜିତ୍‌ଙ୍କୁ ନୋଟିସ କରିଥିଲା । ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସୌମ୍ୟଙ୍କୁ ଶ୍ୱେତା ୧୫ ଥର କଲ୍ କରିଥିବା ସୂଚନା ମିଳିିଛି । କିନ୍ତୁ ସୌମ୍ୟଜିତ୍ ତାଙ୍କ ଫୋନ ଉଠାଇ ନଥଲେ । ବୟଫ୍ରେଣ୍ଡ ସୌମ୍ୟଜିତ୍ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ନେଇ ଶ୍ୱେତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପୋଲିସ ।

Leave A Reply

Your email address will not be published.