Jai Odisha
News

ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ NOTA ବିକଳ୍ପ

ଭୁବନେଶ୍ୱର, ୧୧/୦୨: ଏବର୍ଷ ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ନୋଟା ବିକଳ୍ପ । ପୌର ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀ ଭରଷା ଯୋଗ୍ୟ ହୋଇନଥିଲେ ବା ଭୋଟର ସେହି ପ୍ରାର୍ଥୀ ମାନଙ୍କ ମଧ୍ୟରୁ କାହାକୁ ଭୋଟ୍ ଦେବାକୁ ଚାହୁଁ ନଥିଲେ ତାହାଲେ ସେମାନେ ନୋଟାରେ ଭୋଟ୍ ଦେଇ ପାରିବେ ଓ ନିଜର ଅସମର୍ଥନ ଜଣାଇ ପାରିବେ । ପୂର୍ବରୁ ପୌର ନିର୍ବାଚନରେ ଏଭଳି ବ୍ୟବସ୍ଥା ରହୁନଥିବା ବେଳେ ଏବର୍ଷ ଠାରୁ ପୌର ନିର୍ବାଚନରେ ମଧ୍ୟ ନୋଟା ବିକଳ୍ପ ରହିବାକୁ ଯାଉଛି । ଆଜି ଏହାକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

 

Leave A Reply

Your email address will not be published.