Jai Odisha
News

ପ୍ରକାଶ ପାଇଲା ଆଇସିଏସଇ, ଆଇଏସ୍‌ସି ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୪।୫ : କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ(ଆଇସିଏସଇ)ର ଦ୍ୱାଦଶ ଏବଂ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି।ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ(ସିଆଇଏସସିଇ) ଦ୍ବାରା ପରିଚାଳିତ ଦଶମ (ଆଇସିଏସଇ) ଏବଂ ଦ୍ବାଦଶ (ଆଇଏସଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଦ୍ବାଦଶରେ ଛାତ୍ରୀମାନେ ବାଜିମାତ୍‌ କରିଥିବା ବେଳେ ଦଶମରେ ଛାତ୍ର ଓ ଛାତ୍ରୀ ପରସ୍ପରକୁ କଡ଼ା ଟକ୍କର ଦେଇଛନ୍ତି। ବୋର୍ଡ ଦ୍ୱାରା ପ୍ରକାଶିତ ଅପଡେଟ ଅନୁଯାୟୀ, ଆଇସିଏସଇ, ଆଇଏସସି ଫଳାଫଳ ୨୦୨୩ ରବିବାର ଅପରାହ୍ନ ୩ଟାରେ ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନେ ଅଫିସିଆଲ ୱେବସାଇଟ cisce.org ରେ ଫଳାଫଳ ସମ୍ବନ୍ଧୀୟ ବିବରଣୀ ପାଇଁ  ଯାଞ୍ଚ କରିପାରିବେ। ଦଶମ ଶ୍ରେଣୀ ପରୀକ୍ଷାରେ ରୁଶିଲ କୁମାର ୯୯.୮% ନମ୍ବର ରଖି ସମଗ୍ର ଦେଶରେ ଟପ୍ପର ହୋଇଛନ୍ତି। ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ରିୟା ଅଗ୍ରୱାଲ ୯୯.୭୫ ପ୍ରତିଶତ ନମ୍ବର ରଖି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରଛାତ୍ରୀ ୱେବସାଇଟ www.cisce.org/results. cisce. orgକୁ ଲଗଇନ କରି ପରୀକ୍ଷା ଫଳ ଦେଖିପାରିବେ ବୋଲି ସୂଚନା ଦିଆଯାଇଛି। ଚଳିତ ବର୍ଷ ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀରେ ସାରା ଦେଶରୁ ୨.୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Leave A Reply

Your email address will not be published.