Jai Odisha
News

ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର,୨୩/୦୯:  ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କ ସମ୍ପତ୍ତି ତାଲିକା।୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ସବୁ ମନ୍ତ୍ରୀଙ୍କ ସମ୍ପତ୍ତିର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ କେଉଁ ମନ୍ତ୍ରୀ କେତେ ସମ୍ପତ୍ତିର ମାଲିକ ସେ ନେଇ ତଥ୍ୟ ରଖାଯାଇଛି । ରାଜ୍ୟ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ଧନୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୬୪. ୮୭ କୋଟି ଟଙ୍କା ରହିଛି।  ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା ବୋଲି ଉଲ୍ଲେଖ ରହିଛି । ତାଲିକା ଅନୂଯାୟୀ ମୁଖ୍ୟମନ୍ତ୍ରୀଙ୍କର ଦିଲ୍ଲୀ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୭୨,୦୮,୦୯୩.୧୩ ଲକ୍ଷ ଟଙ୍କା  । ଭୁବନେଶ୍ୱର ଏସବିଆଇ ବ୍ୟାଙ୍କରେ ୨୧,୭୩, ୨୭୨.୦୭ କୋଟି ଟଙ୍କା  । ୧ କୋଟି ୧୧ ଲକ୍ଷ ୨୬,୩୭୯ ଟଙ୍କାର ଏଫଡି । ୯ କୋଟି ର ଆରବିଆଇ ବଣ୍ଡ୍ ଇତ୍ୟାଦି ରହିଛି ।

 

Leave A Reply

Your email address will not be published.