Jai Odisha
News

ପ୍ରକାଶ ପାଇଲା OAS 2021ର ରେଜଲ୍ଟ ,ସୁଦେବ କୁମାର ପୃଷ୍ଟି ଓଡିଶା ଟପ୍ପର

ଭୁବନେଶ୍ୱର,୩୧ା୭:ପ୍ରକାଶ ପାଇଲା OAS 2021ର ରେଜଲ୍ଟ । ଦେବ କୁମାର ପୃଷ୍ଟି ଟପ୍ପର ହୋଇଥିବା ବେଳେ ପ୍ରଥମ ୧୦ଟି ସ୍ଥାନରେ ୫ ପୁଅ ଓ ୫ ଝିଅ ଅଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ତାଲିକାର ଦ୍ୱିତୀୟ ସୋଥାନରେ ଥିବା ବେଳେ ପ୍ରଣବ ରଂଜନ ସାହୁ ତୃତୀୟ, ବୈଶାଖୀ ଲେଙ୍କା ୪ର୍ଥ, ଶ୍ୱେତଲିନା ମାହାନା ୫ମ, ଅଗ୍ନିଜା ଶିବଦତ୍ତା ୬ଷ୍ଠ, ସନ୍ତୋଷ କୁମାର ପାତ୍ର ୭ମ, ମୀମାଂସା ସାହୁ ୮ମ, ବିନ୍ଦୁ ବଳୟ ରାଉତରାୟ ୯ମ ଓ ସୌମ୍ୟରଂଜନ ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି।   164 ମହିଳାଙ୍କ ସହ ମୋଟ 432 ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ ନିମନ୍ତେ ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୧୮ ତାରିଖ ମଧ୍ୟରେ ମୁଖ୍ୟ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହା ପରେ ଚଳିତ ଜୁଲାଇ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ପର୍ସନାଲିଟି ଟେଷ୍ଟ ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର୍ଥୀମାନେ htpp://opsc.gov.in କୁ ଯାଇ ସେମାନଙ୍କ ରେଜଲ୍ଟ ଜାଣିପାରିବେ।

Leave A Reply

Your email address will not be published.