Jai Odisha
News

ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହ।

କଟକ, ୦୮/୦୮ : କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଏବଂ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ ଉପସ୍ଥିତ ଅଛନ୍ତି। ଗୋଟିଏ ମଞ୍ଚରେ ତିନି ନେତା ମଞ୍ଚାଶୀନ ଅଛନ୍ତି। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ରବିବାର ରାତି ୧ଟା ୧୭ ମିନିଟ୍‌ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ବିମାନବନ୍ଦରରେ ଉଭୟଙ୍କୁ ଭବ୍ୟ ସ୍ଵାଗତ ସମ୍ଵର୍ଦ୍ଧନା ଦିଆଯାଇଥିଲା। ବିମାନବନ୍ଦରରେ ୨ ହଜାରରୁ ଅଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।ଏହାପରେ ଶାହ ସକାଳ ସାଢ଼େ ୮ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କରିଥିଲେ । ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ଜଳାଭିଷେକ କରିଥିଲେ। ଦର୍ଶନ ସାରି ଶାହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ଜଳଗ୍ରହଣ କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ସମୀର ମହାନ୍ତି କାଞ୍ଚି ବିଜୟ ସମ୍ଵଳିତ ଏକ ପଟ୍ଟଚିତ୍ର ଉପହାର ଦେଇଛନ୍ତି। ଏହାପରେ ଶାହ ୧୦ଟାରେ କଟକରେ ପହଞ୍ଚିଥିଲେ। କଟକ ଓଡ଼ିଆ ବଜାରରେ ପହଞ୍ଚି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେଠାରେ ପାଖାପାଖି ୪୫ ମିନିଟ୍‌ ରହିବା ପରେ କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ୧୧ଟାରେ ପହଞ୍ଚିଥିଲେ । ସେଠାରେ ଦୈନିକ ‘ପ୍ରଜାତନ୍ତ୍ର’ର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ‘ଅମୃତ ଉତ୍ସବ’ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଇନ୍‌ଡୋର ଷ୍ଟାଡିୟମ୍‌ରେ କାର୍ଯ୍ୟକ୍ରମ ସରିବା ପରେ ଶ୍ରୀ ଶାହ ମେ ଫେୟାର୍‌ ହୋଟେଲ୍‌କୁ ଫେରିବେ । ସେଠାରେ କିଛି ସମୟ ବିଶ୍ରାମ ନେବେ । ସନ୍ଧ୍ୟା ୫ଟାରେ ସେ ମେ ଫେୟାର କନ୍‌ଭେନସନ୍‌ରେ ‘ମୋଦିଅ୨୦: ଡିମ୍ସ ମିଟ୍‌ ଡେଲିଭରୀ’ର ଓଡ଼ିଶା ଚାପ୍ଟର ଉଦ୍‌ଘାଟନ କରିବେ। ଏହା ସରିବା ପରେ ସେ ଦିଲ୍ଲୀ ଫେରିଯିବେ । ଶାହଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ୍‌ ପୁଲିସ୍‌ । ସେ ଜେଡ୍‌ ପ୍ଲସ୍‌ ସୁରକ୍ଷା ବଳୟରେ ରହିବେ । ଏଥିସହ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ୨୨ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.