Jai Odisha
News

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ପ୍ରାଣୀ ଚିକିତ୍ସକ ସଙ୍ଘ

ଆନ୍ଦୋଳନରୁ ଓହରିଲେ ପ୍ରାଣୀ ଚିକିତ୍ସକ ସଂଘ

ଭୁବନେଶ୍ୱର : 31 ଦିନର ଆନ୍ଦୋଳନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ରାଜ୍ୟର ପ୍ରାଣୀ ଚିକିତ୍ସକ ସଂଘ. ଗତ ଜାନୁଆରୀ 18 ତାରିଖରୁ ସାରା ରାଜ୍ୟରେ 1300 ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ରହିଥିଲେ। ପ୍ରାଣୀ ବିଭାଗର ପୂର୍ଣ୍ଣାଙ୍ଗ ରୂପାନ୍ତରଣ, କ୍ୟାଡର ପୁନର୍ଗଠନ ଏବଂ କେନ୍ଦ୍ର ସରକାରୀ ସେବା ଅଧୀନରେ ପ୍ରାଣୀ ଚିକିତ୍ସକଙ୍କ କ୍ଷେତ୍ରରେ ଡିଏସିପି ଦୃଷ୍ଟିରୁ ସମାନତା ଆଣିବା ଏବଂ ଅଣ ପ୍ରାକ୍ଟିସିଂ ଭତ୍ତା ପ୍ରଦାନ ଆଦି ଦାବିରେ ରାଜ୍ୟରେ ଚାକିରୀ କରିଥିବା ସମସ୍ତ ପ୍ରାଣୀ ଚିକିତ୍ସକ ଜାନୁଆରୀ ୧୮ରୁ ସମୂହ ଛୁଟିରେ ରହିଥିଲେ. ଓଡ଼ିଶାର ପ୍ରାଣୀ ଚିକିତ୍ସକ ସଂଘର ଦାବି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଜି ସକାରାତ୍ମକ ଆଲୋଚନା ହେଇଛି.ଆଲୋଚନା ପରେ ଦାବି ଖୁବଶୀଘ୍ର ପୂରଣ ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି. ପୂର୍ବରୁ ବିଭିନ୍ନ ମହଲରେ ସେମାନଙ୍କ ଦାବି ଉପସ୍ଥାପନ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ.

 

Leave A Reply

Your email address will not be published.