Jai Odisha
News

ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଉପହାରର ହେବ ଇ-ନିଲାମ

ନୂଆଦିଲ୍ଲୀ ୧୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ   ଉପହାରଗୁଡିକର ଇ-ନିଲାମର ଚତୁର୍ଥ ସଂସ୍କରଣ ସଂସ୍କୃତି ମନ୍ତ୍ରଣାଳୟ  ଆୟୋଜନ କରୁଛି। ଯାହାକି ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ଆଗାମୀ ନିଲାମ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।    ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି, ୨୦୧୯ ରେ ଏହି ଜିନିଷଗୁଡ଼ିକ ଖୋଲା ଟେଣ୍ଡର ଦ୍ୱାରା ଲୋକଙ୍କ ପାଇଁ ନିଲାମ କରାଯାଇଥିଲା । ସେହି ସମୟରେ ୧୮୦୫ ଉପହାର ପ୍ରଥମ ରାଉଣ୍ଡରେ ନିଲାମରେ ରଖାଯାଇଥିଲା ଏବଂ ଦ୍ୱିତୀୟ ରାଉଣ୍ଡରେ ୨୭୭୨ ଉପହାର ସାମଗ୍ରୀ ନିଲାମରେ ରଖାଯାଇଥିଲା । ୨୦୨୧ ମସିହା ସେପ୍ଟେମ୍ବରରେ ମଧ୍ୟ ଇ-ନିଲାମର ଆୟୋଜନ କରାଯାଇଥିଲା ଏବଂ ନିଲାମରେ ଆମର ୧୩୪୮ ସାମଗ୍ରୀ ଥିଲା । ଏହି ବର୍ଷ ପ୍ରାୟ ୧୨୦୦ ଉପହାର ସାମଗ୍ରୀ ଇ-ନିଲାମରେ ରଖାଯାଇଛି । ନୂଆଦିଲ୍ଲୀର ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟରେ ଏହି ଉପହାରଗୁଡିକର ପ୍ରଦର୍ଶନ କରାଯାଇଛି । ଏହି ସାମଗ୍ରୀଗୁଡିକ ୱେବସାଇଟରେ ମଧ୍ୟ ଦେଖାଯାଇପାରିବ । କେନ୍ଦ୍ର ମନ୍ତ୍ରୀ ଜି କେ ରେଡ୍ଡୀ କହିଛନ୍ତି ଯେ “ମୋଦୀ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ କି ଦେଶର ଜୀବନରେଖା କୁହାଯାଉଥିବା ଗଙ୍ଗାର ସଂରକ୍ଷଣ ପାଇଁ ନମାମୀ ଗଙ୍ଗେ ଲାଗି ପାଇଥିବା ସମସ୍ତ ଉପହାରକୁ ଉତ୍ତମ କାର୍ଯ୍ୟରେ ବିନିଯୋଗ ନିମନ୍ତେ ନିଲାମ ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଁ ସମସ୍ତଙ୍କୁ ନିଲାମରେ ଉଦାର ଭାବରେ ଅଂଶଗ୍ରହଣ କରିବାକୁ ଏବଂ ଉତ୍ତମ ଅଭିଯାନରେ ସହଯୋଗ କରିବାକୁ ଅନୁରୋଧ କରୁଛି ।”ଏହି ଅବସରରେ ଶ୍ରୀ ମେଘୱାଲ କହିଛନ୍ତି ଯେ ଗତ ନିଲାମରେ ପ୍ରତ୍ୟେକ ରାଜ୍ୟ ତଥା ଅଞ୍ଚଳର ଲୋକ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ତଥା ସ୍ମରଣୀୟ ଉପହାରର ନିଲାମରେ ଭାଗ ନେବାକୁ ମନ୍ତ୍ରୀ ମଧ୍ୟ ଚଳିତ ବର୍ଷ ଲୋକଙ୍କୁ ଅନୁରୋଧ କରିଛନ୍ତି । ଋାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ବିଭିନ୍ନ ସ୍ମରଣୀୟ ଉପହାର ଉପରେ ଆଲୋକପାତ କରିବା ସହିତ ନମାମୀ ଗଙ୍ଗେ ପାଇଁ ଇ-ନିଲାମ କିପରି ଏକ ଅଭୂତପୂର୍ବ ସହଯୋଗ ପ୍ରଦାନ କରିବ ତାହା ଦର୍ଶାଇଥିଲେ ।  ଏହି ପରିଦର୍ଶନକୁ ଆହୁରି ଉପଭୋଗ୍ୟ କରିବା ପାଇଁ ସାଧାରଣ ଲୋକଙ୍କ ପାଇଁ ଗାଇଡ୍ ଟୁର୍ ଏବଂ ଶ୍ରବଣ ବାଧିତଙ୍କ ପାଇଁ ସାଙ୍କେତିକ ଭାଷାରେ ଗାଇଡ୍ ଟୁର୍ ବ୍ୟବସ୍ଥା କରାଯାଇଛି । ଦୃଷ୍ଟିହୀନମାନଙ୍କ ପାଇଁ ବ୍ରେଲିରେ କାଟାଲଗ୍ ମଧ୍ୟ ଉପଲବ୍ଧ ହେବ । ପ୍ରଦର୍ଶନୀ ସ୍ଥଳ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଏବଂ ଏହା ସମସ୍ତଙ୍କ ପାଇଁ ମାଗଣା । ନିଲାମ ମାଧ୍ୟମରେ ସଂଗୃହୀତ ପାଣ୍ଠି ଏକ ଉତ୍ତମ କାର୍ଯ୍ୟ, ନମାମୀ ଗଙ୍ଗେ କାର୍ଯ୍ୟକ୍ରମ, ଏକ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଯାହା ଆମ ଜାତୀୟ ନଦୀ ଗଙ୍ଗାକୁ ସଂରକ୍ଷଣ ତଥା ନବୀକରଣ କରିବାକୁ ଚେଷ୍ଟା କରିବ ।

Leave A Reply

Your email address will not be published.