Jai Odisha
News

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ମୁଖ୍ୟ ସଚିବଙ୍କ ସମ୍ମିଳନୀ

ନୂଆଦିଲ୍ଲୀ,୬।୧: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ମୁଖ୍ୟ ସଚିବଙ୍କ ସମ୍ମିଳନୀ । ବୈଠକରେ ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ହେଲା  ଆଲୋଚନା । ଏନେଇ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗୁରୁତ୍ବପୂର୍ଣ୍ଣ ନୀତି ସମ୍ବନ୍ଧରେ ମତ ବିନିମୟ କରିବା ଓ ଭାରତକୁ ନୂତନ ଉଚ୍ଚତାକୁ ଆଣିବା ପାଇଁ ଏହା ଏକ ଚମତ୍କାର ଫୋରମ୍। ଏହି ସମ୍ମିଳନୀରେ ରାଜ୍ୟ ସହ ସହଭାଗିତାରେ ଦ୍ରୁତ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ହାସଲ ଉପରେ ଧ୍ୟାନ ଦିଆଯାଇଛି।ଭୋକାଲ୍ ଫର୍ ଲୋକାଲ୍, ଆନ୍ତର୍ଜାତୀୟ ମିଲେଟ୍ ବର୍ଷ, ଜି-20ରେ ରାଜ୍ୟମାନଙ୍କର ଭୂମିକା ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଛି । ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି,  ମୁଖ୍ୟ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇଥିଲେ । ଏଥିରେ ୬ଟି ଥିମ୍ ଏମ.ଏସ.ଏମ.ଇ, ଭିତ୍ତିଭୂମି ଏବଂ ପୁଞ୍ଜି ବିନିଯୋଗ, ନିୟମକୁ କମ୍ କରିବା, ମହିଳା ସଶକ୍ତିକରଣ, ସ୍ବାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଏବଂ ଦକ୍ଷତା ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା 

Leave A Reply

Your email address will not be published.