Jai Odisha
News

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କୀ ବାତ୍‌’ ,ରେ ଓଡ଼ିଶାର ‘ମାଣ୍ଡିଆ ଉଦ୍ୟୋଗୀ’

ନୂଆଦିଲ୍ଲୀ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚଳିତ ବର୍ଷର ପ୍ରଥମ ‘ମନ୍‌ କୀ ବାତ୍‌’ର ସଂସ୍କରଣରେ ଓଡ଼ିଶାର ମାଣ୍ଡିଆ ଉଦ୍ୟୋଗ ପ୍ରସଙ୍ଗରେ କହିବା ବେଳେ କହିଛନ୍ତି।ଓଡ଼ିଶାର ଜନଜାତି ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ର ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୧୫୦୦  ମହିଳା ଓଡ଼ିଶାର ‘ଓଡ଼ିଶା ମିଲେଟ୍‌ସ୍‌ ମିସନ୍‌’ ସହିତ ଜଡ଼ିତ ଅଛନ୍ତି। ସେମାନେ ମାଣ୍ଡିଆରେ ସବୁ ଜିନିଷ ତିଆରି କରୁଛନ୍ତି। ମାଣ୍ଡିଆର ଗୁରୁତ୍ବ ପ୍ରସଙ୍ଗରେ କହିବା ବ‌େଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି ଯେ, ବର୍ଷ ୨୦୨୩ ହେବ ‘ଆନ୍ତର୍ଜାତିକ ମାଣ୍ଡିଆ ଦିବସ’। ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ପ୍ରସାର ନିମନ୍ତେ ବୃତ୍ତିଗତ ଜୀବନ ଉତ୍ସର୍ଗ କରିଥିବା ବିଭିନ୍ନ ରାଜ୍ୟର ‌ଜନସାଧାରଣଙ୍କ ନାଁ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।କୁକିରୁ ଆରମ୍ଭ କରି ରସଗୋଲା, ଗୁଲାବ ଜାମୁନ୍‌, ଆଉ କେକ୍‌ ମଧ୍ୟ ମାଣ୍ଡିଆରେ ତିଆରି କରୁଛନ୍ତି। ବଜାରେ ସେ ସବୁର ଚାହିଦା ବଢୁଥିବାରୁ ମହିଳାମାନଙ୍କର ଆୟ ବି ବଢୁଛି।ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ନ୍ୟୁ ଇଣ୍ଡିଆ’ ବିଷୟରେ କହିଥିଲେ। ଏହା ବ୍ୟତୀତ ଆଦିବାସୀ ସମାଜର ଭୂମିକା ଏବଂ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱଙ୍କ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅନେକ ଦିଗକୁ ପ୍ରଶଂସା କରାଯାଉଛି। ଜାନୁଆରୀ ୨୬ ପରେଡରେ କର୍ତ୍ତବ୍ୟ ପଥ ନିର୍ମାଣ କରୁଥିବା ଶ୍ରମିକଙ୍କୁ ଦେଖି ବହୁତ ଭଲ ଲାଗିଲା। ପ୍ରଥମ ଥର ପାଇଁ ଏହି ପରେଡରେ ଅଂଶଗ୍ରହଣ କରିଥିବା ମହିଳା ଓଟ ଆରୋହୀ ଏବଂ ସିଆରପିଏଫ୍‌ର ମହିଳା କଣ୍ଟିଜେଣ୍ଟ ମଧ୍ୟ ଉଚ୍ଚ ପ୍ରଶଂସିତ ହେଉଛନ୍ତି।ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ଏବଂ ଆମେମାନେ ମଧ୍ୟ ଗର୍ବିତ ଯେ ଆମ ଦେଶ ମଧ୍ୟ ଗଣତନ୍ତ୍ରର ଜନନୀ। ଗଣତନ୍ତ୍ର ଆମ ଶିରାରେ, ଏହା ଆମ ସଂସ୍କୃତିରେ ଅଛି। ବର୍ଷ ବର୍ଷ ଧରି ଏହା ଆମର କାର୍ଯ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସ୍ବଭାବ ଅନୁସାରେ ଆମେ ଏକ ଗଣତାନ୍ତ୍ରିକ ସମାଜ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବହୁ ସଂଖ୍ୟକ ପଦ୍ମ ପୁରସ୍କାର ପ୍ରାପ୍ତ ଆଦିବାସୀ ସମ୍ପ୍ରଦାୟ ଏବଂ ଆଦିବାସୀ ସମାଜ ସହ ଜଡିତ ଲୋକମାନଙ୍କୁ ଦିଆଯାଇଛି। ଆଦିବାସୀ ଜୀବନ ସହର ଜୀବନଠାରୁ ଭିନ୍ନ, ଏହାର ନିଜସ୍ବ ଚ୍ୟାଲେଞ୍ଜ ମଧ୍ୟ ଅଛି। ଏସବୁ ସତ୍ତ୍ୱେ ଆଦିବାସୀ ସମାଜ ଏହାର ପରମ୍ପରାକୁ ବଞ୍ଚାଇବାକୁ ସର୍ବଦା ଆଗ୍ରହୀ। ଆଦିବାସୀ ସମ୍ପ୍ରଦାୟ ସହିତ ଜଡିତ ଜିନିଷଗୁଡିକର ସଂରକ୍ଷଣ ଏବଂ ଗବେଷଣା ପାଇଁ ମଧ୍ୟ ଉଦ୍ୟମ ହେଉଛି। ସେହିଭଳି ଟୋଟୋ, ହୋ, କୁଇ, କୁଭି ଏବଂ ମାଣ୍ଡା ପରି ଆଦିବାସୀ ଭାଷାରେ କାମ କରୁଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପଦ୍ମ ପୁରସ୍କାର ପାଇଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ।

Leave A Reply

Your email address will not be published.