Jai Odisha
News

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି

ବେଙ୍ଗାଲୁରୁ,୧୨।୧: କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ଶୋ ବେଳେ ହଠାତ୍ ଜଣେ ଯୁବକ ଧସେଇ ପଶି ଆସିବାକୁ ନେଇ ହଇଚଇ । ହୁବ୍ବାଳିରେ ପିଏମ୍ ମୋଦି ରୋଡ୍ ଶୋରେ ଯାଉଥିବା ବେଳେ ଜଣେ ଯୁବକ ଫୁଲମାଳ ଧରି ହଠାତ୍ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା ।କର୍ନାଟକର ହୁବଲିରେ ରୋଡ ଶୋ’ ସମୟରେ ଜଣେ ଯୁବକ ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡ଼ିଯାଇ ତାଙ୍କ ନିକଟତର ହୋଇଥିଲେ। ଯୁବକ ଜଣକ ପ୍ରଧାନମନ୍ତ୍ରୀଙ୍କୁ ଫୁଲମାଳ ଦେବାକୁ ଚାହୁଁଥିଲେ, ଏଥିପାଇଁ ସେ ଏସପିଜି କର୍ଡନ ଭାଙ୍ଗି ମୋଦିଙ୍କ ନିକଟରେ ପହଞ୍ଚିଥିଲେ। ଏହା ଦେଖି ଏସପିଜି କମାଣ୍ଡୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବକଙ୍କୁ ପ୍ରଧାନମନ୍ତ୍ରୀଙ୍କଠାରୁ ଦୂରେଇ ନେଇଥିଲେ। ପରେ ପ୍ରଧାନମନ୍ତ୍ରୀ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଯୁବକ ଜଣଙ୍କୁ କାବୁ କରିନେବା ପରେ ପୁଣି ଜାରି ରହିଥିଲା ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ । ତେବେ ଏହାକୁ ସୁରକ୍ଷା ଅବହେଳା ନୁହେଁ ବୋଲି ସଫାସଫା ମନା କରିଛନ୍ତି କର୍ଣ୍ଣାଟକ ଡିଜିପି । ସେହିପରି ଏହାକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନୁହେଁ ବୋଲି କହି ଖାରଜ କରିଛନ୍ତି ଡିଜିପି । ତେବେ ସୋସିଆଲ ମିଡିଆରେ ଏବେ ଭିଡିଓ ବେଶ ଭାଇରାଲ ହେଉଛି ।

Leave A Reply

Your email address will not be published.