Jai Odisha
News

ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ରେ ଅନିୟମିତତା ,ଡାବୁଗାଁ ବିଜେପି ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ

 

ନବରଙ୍ଗପୁର,୧୩।୨ :ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ରେ ଅନିୟମିତତା ବିରୁଦ୍ଧରେ ଡାବୁଗାଁ ବିଜେପି ସଭାପତି ଜେ ରାଜ ଶେଖର ରାଓ ଙ୍କୁ ଆହ୍ବାନ କ୍ରମେ ବ୍ଲକ ଅଫିସ ଘେରାଉ କରିଛି ଡାବୁଗାଁ ବିଜେପି। ସ୍ଥାନୀୟ ମାଁ ଠାକୁରାଣୀ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ତଥା  ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରମେଶ ସାହୁ ଓ ଗୋବିନ୍ଦ ଜୈନ, ରାଜ୍ୟ ପରିଷଦ ସଭ୍ୟ ଜୟନ୍ତ କୁମାର ପାତ୍ର, ଜିଲ୍ଲା ସାଧାରଣ ସଂପାଦକ ଗୌରୀ ମାଝୀ ପ୍ରମୁଖ ସହ ବିଜେପି କାର୍ଯ୍ୟକର୍ତ୍ତା ମାନେ ଏକ ଶୋଭାଯାତ୍ରା ଆଜି ବ୍ଲକ କାର୍ଯ୍ୟାଳୟ କୁ ଘେରାଉ କରିଥିଲେ। ବ୍ଲକ ରେ ହେଉଥିବା ଅନିୟମିତତା ପ୍ରତିବାଦରେ ଅନେକ ସମୟ ପର୍ଯ୍ୟନ୍ତ ବିଜେପି କାର୍ଯ୍ୟକର୍ତ୍ତା ଡାବୁଗାଁ ବିଡିଓ ଶରତ ମାଝୀ ଙ୍କୁ ଘେରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସାଧାରଣ ସଂପାଦକ ମହେଶ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ କାହ୍ନୁ ଦାଶ, ଭୀମ ଜେନା, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, ମୋହନ ଦାଶ ପୂଜାରୀ, ଜି ସତ୍ୟ ରାଓ, ଭେଙ୍କଟ ରାଓ, ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.