Jai Odisha
News

ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍

ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ । ଭଦ୍ରକ ସହରର ୪ଟି ସ୍ଥାନରେ ଚଢଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବରପଦା ଇଞ୍ଜିନିୟରିଙ୍ଗ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ହେଉଥିବା ଜଣାପଡିଛି । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ରେଡ୍ । ସକାଳ ସମୟରୁ ବର୍ତ୍ତମାନ ସୁଦ୍ଧା ବିଧାୟକଙ୍କ ସମ୍ପର୍କୀତ ୧୦ଟି ସ୍ଥାନରେ ତନାଘନା ରେଡ୍ ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ରେଡ୍‌ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରରେ ୪ଟି ଓ ଭଦ୍ରକ ସହରର ୬ଟି ସ୍ଥାନରେ ରେଡ୍‌ ଚାଲିଛି । ବରପଦା ଇଞ୍ଜିନିୟରିଂ କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍‌ ହୋଇଛି । ସୁପ୍ରିମକୋର୍ଟଙ୍କ ବଡ ରାୟ, ନିର୍ବାଚନ ବଣ୍ଡ ଉପରେ ଲାଗିଲା ରୋକ୍ ସୂଚନା ଅନୁସାରେ ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିବାବେଳେ ୨୦ କୋଟିରୁ ଅଧିକ ମୂଲ୍ୟର ଏକ ଜମି କେଳେଙ୍କାରୀ ହୋଇଥିଲା । ଏକ ଇଞ୍ଜିନିୟରିଙ୍ଗ କଲେଜକୁ ଜମି ଦେବା ଘଟଣାରେ ଜାଲିଆତି ହୋଇଥିଲା, ଯାହାକୁ ନେଇ ସେ ସମୟରେ ପୋଲିସରେ ଅଭିଯୋଗ ହୋଇଥିଲେ ବି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହୋଇନଥବା ଅଭିଯୋଗ ହୋଇଥିଲା । ଏହି ମାମଲା କ୍ରମେ ଇଡି ହାତକୁ ଆସିଥିଲା । ଏହି ମାମଲାକୁ ନେଇ ଆଜି ଇଡି ରେଡ୍ ଆରମ୍ଭ କରିଛି ।

Leave A Reply

Your email address will not be published.