Jai Odisha
News

‘ପ୍ରମାଣ ଦିଅ, ଟଙ୍କା ନିଅ’

କେନ୍ଦ୍ରାପଡା,୩।୧:କେନ୍ଦ୍ରାପଡା ଜିଲ୍ଲାରେ  ମହାକାଳପଡା ବ୍ଲକ୍‌ ଅନ୍ତର୍ଗତ ବଡିହି ଗାଁର ଜଣେ ଯୁବଚାଷୀ ରାସ୍ତାରୁ ପାଇଥିବା ଲକ୍ଷାଧିକ ଟଙ୍କାକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, ବଡିହି ଗାଁର ଶଙ୍କର୍ଷଣ ବେହେରା ଗତ ଡିସେମ୍ବର ୩୧ ତାରିଖ ମଧ୍ୟାହ୍ନ ସମୟରେ ବିଲକୁ ଧାନ କାଟିବାକୁ ଯାଉଥିଲେ। ବଡିହି-ବିଜୟନଗର ରାସ୍ତା ଦେଇ ଯାଉଥିବାବେଳେ ଏକ ଜରି ବ୍ୟାଗ୍ ପଡ଼ିଥିବାର ଦେଖିବାକୁ ପାଇଥିଲେ। ବ୍ୟାଗ୍‌ ଉଠାଇ ଦେଖିବା ପରେ ସେଥିରୁ ୫ ଶହ ଟଙ୍କିଆ ୨ଟି ବଣ୍ଡଲ୍‌ ମିଳିଥିଲା। ଟଙ୍କା ପାଇଲା ପରେ ଶଙ୍କର୍ଷଣ କିଛି ସମୟ ସେହି ସ୍ଥାନରେ ଅପେକ୍ଷା କରିଥିଲେ। ହୁଏତ କେହି ଏହି ହଜି ଯାଇଥିବା ଟଙ୍କା ଭର୍ତ୍ତି ବ୍ୟାଗ୍‌ ଖୋଜି ସେଠାକୁ ଆସିବେ। ହେଲେ କେହିବି ଆସିନଥିଲେ। ଫଳରେ ଶଙ୍କର୍ଷଣ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଘରକୁ ଫେରିଥିଲେ। କୌଣସି ବ୍ୟକ୍ତି ଟଙ୍କା ଖୋଜାଖୋଜି କରି ନଆସିବାରୁ ଶଙ୍କର୍ଷଣ ଟଙ୍କାକୁ ନିଜ ପାଖରେ ରଖିଛନ୍ତି। ଏହି ଦୁଇଟି ୫୦୦ ଟଙ୍କିଆ ବଣ୍ଡଲ୍‌ରେ ୧ ଲକ୍ଷରୁ ଅଧିକ ଟଙ୍କା ଥିବା ଅନୁମାନ କରାଯାଉଛି।  ଏହାକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇ ସେ ମଣିଷ ପଣିଆର ଉଦାହରଣ ଦେଇଛନ୍ତି।ହେଲେ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ।ଯାହାର ବି ଏହି ଟଙ୍କା, ସମ୍ପୃକ୍ତ ବ୍ୟକ୍ତି ଉପଯୁକ୍ତ ପ୍ରମାଣ ଦେଖାଇ ଟଙ୍କା ନେଇପାରିବେ ବୋଲି ଶଙ୍କର୍ଷଣ କହିଛନ୍ତି।

Leave A Reply

Your email address will not be published.