Jai Odisha
News

ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁଁ ବାତିଲ ହେଲା OSSC ପରୀକ୍ଷା

ଭୁବନେଶ୍ୱର,୨୪।୪: ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍‌   । ଗତକାଲି ହୋଇଥିବା ପ୍ରିଲିମନାରୀ ପରୀକ୍ଷା ବାତିଲ କରାଯାଇଛି। ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ଯୋଗୁଁ ଗତକାଲି ହୋଇଥିବା ପ୍ରିଲିମିନାରୀ ପରୀକ୍ଷାକୁ ବାତିଲ କରାଯାଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସଏସସି) ପରୀକ୍ଷାକୁ ବାତିଲ କରିଛନ୍ତି। ଏହି ପରୀକ୍ଷା ପୁଣିଥରେ କରାଯିବ ଏବଂ ଖୁବ୍‌ଶୀଘ୍ର ସାନି ପରୀକ୍ଷା ତାରିଖ ଘୋଷଣା ହେବ ବୋଲି ଓଏସଏସସି ପକ୍ଷରୁ କୁହାଯାଇଛି।ଓଏସଏସସି ଦ୍ବାରା ରବିବାର ହୋଇଥିବା ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ ପ୍ରଶ୍ନପତ୍ର ଆସିଥିଲା। ପ୍ରଶ୍ନପତ୍ରରେ ମୁଦ୍ରଣ ତ୍ରୁଟି ଦେଖା ଦେଇଥିଲା। ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ବୁଝିବାରେ ସମସ୍ୟା ହୋଇଥିଲା। ଏଥିରେ ଓଡ଼ିଆ ଭାଷା ଅତ୍ୟନ୍ତ ବିକୃତ ହୋଇ ଛପାଯାଇଥିଲା। ଆଉ ଏହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ପଡିଯାଇଥିଲେ | ପ୍ରଶ୍ନପତ୍ରରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକର ଭାଷା ଓଡ଼ିଆ କିମ୍ବା ଅନ୍ୟ କିଛି ଥିଲା ତାହା ପରୀକ୍ଷାର୍ଥୀ ବୁଝିପାରି‌ ନ ଥିଲେ। ପ୍ରଶ୍ନପତ୍ରର ଶବ୍ଦଗୁଡ଼ିକ ଠିକ୍‌ ନ ଥିଲା। ବାକ୍ୟ ବୁଝିବାକୁ ପରୀକ୍ଷାର୍ଥୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। କେଉଁଠି ‘ପାଖରେ’ ବଦଳରେ ‘ପାଖର’ ଲେଖାଯାଇଥିଲା ତ ଆଉ କେଉଁଠି ଟଙ୍କା’ ବଦଳରେ ‘ଟଙ୍‌କାର’। ଏଭଳି ପ୍ରଶ୍ନ ଦେଖି ହଲ୍‌ ଭିତରେ ପରୀକ୍ଷାର୍ଥୀ ବାଉଳା ହୋଇ ପରସ୍ପରକୁ ଚାହିଥିଲେ। ପରୀକ୍ଷାର୍ଥୀମାନେ ଏନେଇ ପରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ବି ସମାଧାନ କରିପାରି ନ ଥିଲେ।

Leave A Reply

Your email address will not be published.