Jai Odisha
News

ପ୍ରସାରଣ ଭିତ୍ତିଭୂମି ଓ ନେଟ୍‌‌ୱାର୍କ ବିକାଶ ଯୋଜନାକୁ ମିଳିଲା କ୍ୟାବିନେଟ୍ ମଂଜୁରୀ

ନୂଆଦିଲ୍ଲୀ,୪।୧: କେନ୍ଦ୍ର କ୍ୟାବିନେଟ୍‌‌ ଆଜି କେନ୍ଦ୍ରୀୟ କ୍ଷେତ୍ର ପ୍ରସାରଣ ଭିତ୍ତିଭୂମି ଓ ନେଟ୍‌‌ୱାର୍କ ବିକାଶ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି।  ଦେଶବ୍ୟାପି ବଦଳିବ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡ଼ିଓର ରୂପ । ଏହାର ଅତ୍ୟାଧୁନିକରଣ ପାଇଁ ହୋଇଥିବା ବ୍ୟୟବରାଦକୁ ମିଳିଲା କ୍ୟାବିନେଟ୍ ମଂଜୁରୀ । ପ୍ରସାର ଭାରତୀ ତରଫରୁ ଏଥିପାଇଁ ୨, ୫୩୯.୬୧ କୋଟିର ଯେଉଁ ବ୍ରଡ଼କାଷ୍ଟିଂ ଇନଫ୍ରାଷ୍ଟ୍ରକଚର  ଏବଂ ନେଟଓ୍ବାର୍କ ଡେଭଲପମେଣ୍ଟ ସ୍କିମ୍ ଆଣା ଯାଇଥିଲା ସେଥିରେ କ୍ୟାବିନେଟ୍ ମୋହର ବାଜିଛି ।ଏହି ଯୋଜନା ଦ୍ୱାରା ପ୍ରସାରଭାରତୀର ପ୍ରସାରଣ ଭିତ୍ତିଭୂମି, ବିଷୟବସ୍ତୁର ବିକାଶ ଏବଂ ନିର୍ମାଣ କାର୍ଯ୍ୟର ସମ୍ପ୍ରସାରଣ ଓ ଉନ୍ନତୀକରଣକୁ ଆର୍ଥିକ ପ୍ରୋତ୍ସାହନ ମିଳିପାରିବ। ଏହାଦ୍ୱାରା ବାମପନ୍ଥୀ ଉଗ୍ରବାଦ ଉପଦ୍ରୁତ ଅଞ୍ଚଳରେ ସରକାରଙ୍କ ଯୋଜନାଗୁଡ଼ିକର ସୁଫଳ ପହଞ୍ଚିବାରେ ମଧ୍ୟ ସହାୟକ ହୋଇପାରିବ।ଏହି ଅର୍ଥରେ ପ୍ରସାର ଭାରତୀ ଅନ୍ତର୍ଗତ ଷ୍ଟୁଡ଼ିଓ ଓ ଷ୍ଟେସନର ଭିତ୍ତିଭୂମି ସୁଧାରିବା କାମ ହେବା ସହ ଉନ୍ନତ ମାନର କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ସୂଚନା ମନ୍ତ୍ରୀ ଅନୁରାଗ ଠାକୁର ।ଶ୍ରୀ ଠାକୁର କହିଛନ୍ତି, ଏହି ସ୍କିମ୍‌‌ ଜରିଆରେ ଦର୍ଶକଙ୍କ ପାଖରେ ଉଚ୍ଚମାନର କାର୍ଯ୍ୟକ୍ରମ ପହଞ୍ଚିପାରିବ। ଆକାଶବାଣୀ ଏବଂ ଦୂରଦର୍ଶନର ଭିତ୍ତିଭୂମି ଓ ସେବାର ଆଧୁନିକୀକରଣ, ବିକାଶ ଓ ସୁଦୃଢ଼ୀକରଣ ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଯୋଜନା ମାଧ୍ୟମରେ ଦେଶର ୮୦ ପ୍ରତିଶତ ଲୋକଙ୍କ ନିକଟରେ ଆକାଶବାଣୀର ଏଫ୍‌‌.ଏମ୍‌‌. କାର୍ଯ୍ୟକ୍ରମକୁ ପହଞ୍ଚାଇବା ଲାଗି ପଦକ୍ଷେପ ନିଆଯିବ। ମଫସଲ, ଆଦିବାସୀ ଅଧ୍ୟୁଷିତ, ବାମପନ୍ଥୀ ଉଗ୍ରବାଦ ଉପଦ୍ରୁତ ଇଲାକା, ସୀମାନ୍ତ ଅଞ୍ଚଳ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ବାସ କରୁଥିବା ଲୋକଙ୍କ ପାଇଁ ପ୍ରାୟ ୮ ଲକ୍ଷ ନିଃଶୁଳ୍କ ଦୂରଦର୍ଶନ ଡି.ଟି.ଏଚ୍‌‌. ସେଟ୍‌‌ ଟପ୍‌‌ ବକ୍ସ ବଣ୍ଟନ କରାଯିବ

Leave A Reply

Your email address will not be published.