Jai Odisha
News

ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତରେ ଜଣେ ମୃତ

ବାରିପଦା,୧୭।୯  : ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।  ବାରିପଦା ସଦରଥାନା ଅନ୍ତର୍ଗତ ରଜାବସା ଗ୍ରାମପଞ୍ଚାୟତ ର ବାଉରା ଠାରେ ଏକ ଖେଳପଡିଆରେ ବଜ୍ରପାତ ।ଏହି ବଜ୍ରପାତରେ  ଜଣେ ମୃତ , ତିନି ଆହତ ହେଇଛନ୍ତି । ଆହତ ମାନ ଙ୍କୁ ପିଆରଏମ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ନିକଟସ୍ଥ ଶାଳବଣୀ ଗ୍ରାମର ଅଶୋକ ମୁର୍ମୁ , ବୟସ ୩୦ ହେବ। ଆଜି ବାଉରା ଖେଳପଡିଆରେ ଫୁଟବଲ ମ୍ୟାଚ ଚାଲିଥିଲା । ଫୁଟବଲ ଖେଳ ଦେଖିବାକୁ ଆଖପାଖ ଗାଁ ରୁ ଲୋକମାନେ ରୁଣ୍ଡ ହୋଇଥିଲା ।  ହଠାତ ବର୍ଷା ସହ ବଜ୍ରାପାତ ହୋଇଥିଲା ।

 

Leave A Reply

Your email address will not be published.