Jai Odisha
News

ଫୁଟବୋଲ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲାରେ ମେଣ୍ଢା ପୁରସ୍କାର

ନବରଙ୍ଗପୁର.୦୧/୧୧’-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନ ଧାମନାଗୁଡା ଗ୍ରାମରେ ଚାଲିଥିବା ମାଁ ବନ୍ଦଗୋସିନ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଉଦଯାପିତ ହୋଇଯାଇଛି। ୩ ଦିନିଆ ଟୁର୍ଣ୍ଣାମେଣ୍ଟରେ ମୋଟ ୨୪ ଟି ଦଳ ଭାଗ ନେଇଥିଲେ। ଝରିଗାଁ ବ୍ଲକ ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ପ୍ରଥମ ଥର ଦୁଇଟି ମେଣ୍ଢା ପ୍ରାଇଜ ରଖା ଯାଇଥିଲା । ଖେଳ ପରିଚାଳନା କରିଥିବା ଝରିଗାଁ ପ୍ରଥମ ଶ୍ରେଣୀୟ ରେଫରି ଟନିକ ବିଶ୍ବାସ ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ ମ୍ୟାନ ମଙ୍ଗନାଥ ଭତ୍ରା ଓ ଶଙ୍କର ସହଯୋଗ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନରସିଂ ଭତ୍ରା ଓ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଶରତ କୁମାର ଗିରି ପ୍ରଥମ ଟିମ୍ ଗୋରାମା ଗ୍ରାମକୁ ଟ୍ରପି ସହ ଗୋଟିଏ ମେଣ୍ଢା ପ୍ରଦାନ କରିଥିଲେ ଏଭଳି କାନାଖଡ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କୁମୁଦିନୀ ପୂଜାରୀ ରନର ଦଳ ଘଇଯୋଡି ଗ୍ରାମକୁ ଟ୍ରଫି ସହ ଗୋଟିଏ ମେଣ୍ଢା ପ୍ରଦାନ କରିଥିଲେ ଏହି ଖେଳ ସମୟରେ ଅତିଥି ଭାବରେ କାନାଖଡ ସମିତି ସଭ୍ୟ ଶ୍ରୀ ପ୍ରଦୀପ ବିଶ୍ଵାସ ଓ ଧାମନାଗୁଡା ୱ।ଡ ମେମ୍ବର ଶ୍ରୀ ଅମଲ ସାନ୍ତା, ଓ ଭଗତ ଭତ୍ରା, ଧନୀରାମ ଭତ୍ରା,ରୁପଚନ୍ଦ ଭତ୍ରା, ସରାଦୁ ଗୈ।ଡ , ହରି ଭତ୍ରା, ଦିନବନ୍ଧୁ ଭତ୍ରା,ସନାଧରଭତ୍ରା, ଯୁଗସାଇ ଭତ୍ରା, ପ୍ରମୁଖ ଯୋଗଦେଇ ଥିଲେ। ଧାମନାଗୁଡା ଗ୍ରାମର ଯୁବକ ସଂଘର ସଦସ୍ୟ ଓ କର୍ମକର୍ତ୍ତାମାନେ ପ୍ରତିଯୋଗିତାରେ ସହଯୋଗ କରିଥିଲେ। ତୁଲାରାମ ଭତ୍ରା ବହୁତ ସୁନ୍ଦର ଭାବରେ ଖେଳାଳି ମାନଙ୍କ ମଧ୍ୟରେ ଖେଳ ଖେଳୁ ଥିବାରୁ ତାଙ୍କୁ ବେଷ୍ଟ ଖେଳାଳି ଭାବେ ମନୋନିତ ହୋଇ ଥିଲେ। ଟୁର୍ଣ୍ଣାମେଣ୍ଟ କୁ ଧାମନାଗୁଡା ଖେଳ କମିଟି ସଦସ୍ୟ ମାନେ ଯଥା ହେମନ୍ତ,ବହିଦୁ , ଅସ୍ତୁ, ଚନ୍ଦ୍ରଶେଖର, ଘାସିରାମ, ବନମାଳୀ,ଚମରୁ ସୁନ୍ଦରଭାବେ ପରିଚାଳନା କରିଥିଲେ।

Leave A Reply

Your email address will not be published.