Jai Odisha
News

ଫେବୃଆରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଦୋନ୍ନତି ଅଦାଲତ:ରାଜ୍ୟ ସରକାରଙ୍କ

ଭୁବନେଶ୍ୱର,୩୧ା୧ :ଆସନ୍ତା ଫେବୃଆରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଦୋନ୍ନତି ଅଦାଲତ ଆୟୋଜନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।  କେଉଁ ବିଭାଗର କର୍ମଚାରୀ କେଉଁଠି ଓ କେଉଁ ସମୟରେ ପଦୋନ୍ନତି ସମ୍ପର୍କିତ ମାମଲାର ଶୁଣାଣି ବେଳେ ଉପସ୍ଥିତ ରହିବେ ସେନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ଜିଲାପାଳଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀମାନେ ପଦୋନ୍ନତି ପାଇପାରିଥାନ୍ତେ, କିନ୍ତୁ ପାଇନାହାନ୍ତି ସେସବୁ ପଦୋନ୍ନତି ପ୍ରସଙ୍ଗଗୁଡ଼ିକ ଉପରେ ପଦୋନ୍ନତି ଅଦାଲତରେ ବିଚାରକୁ ନିଆଯିବ। ବର୍ତ୍ତମାନ ସୁଦ୍ଧା ଇମେଲ ଜରିଆରେ ସମୁଦାୟ ୧୩୨୬ଟି ଆବେଦନପତ୍ର ଗ୍ରହଣ କରାଯାଇଛି। ତନ୍ମଧ୍ୟରୁ gadmin.or@nic.in ଜରିଆରେ ମିଳିଥିବା ୬୭୧ଟି ଆବେଦନପତ୍ର ଓ ପଦୋନ୍ନତି ପୋର୍ଟାଲ http://promotion.hrmsodisha.gov.in ଜରିଆରେ ମିଳିଥିବା ୬୫୫ଟି ଆବେଦନପତ୍ରକୁ ପଦୋନ୍ନତି ଅଦାଲତରେ ପେଶ୍ କରାଯିବ। ଆବେଦନକାରୀମାନଙ୍କୁ ପ୍ରାପ୍ତିସ୍ୱୀକାର ପଠାଇ ଦିଆଯାଇଛି। ଇମେଲ ବା ପଦୋନ୍ନତି ଅଦାଲତ ପୋର୍ଟାଲରେ ଉପଲବ୍ଧ ପ୍ରାପ୍ତିସ୍ୱୀକାରର ଗୋଟିଏ ଫଟୋକପି ଆନିବାକୁ ସଂପୃକ୍ତ ଆବେଦନକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଫେବୃୟାରୀ ୧ ସକାଳ ୧୦ଟାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଅପରାହ୍ନ ୩ଟାରେ ଯୋଜନା ଓ ସଂଯୋଜନ ବିଭାଗ, ଫେବୃୟାରୀ ୨ ସକାଳ ୧୦ଟାରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଅପରାହ୍ନ ୩ଟାରେ ଇସ୍ପାତ ଓ ଖଣି ବିଭାଗ, ଫେବୃୟାରୀ ୩ ତାରିଖ ସକାଳ ୧୦ଟାରେ ଜଙ୍ଗଲ ଓ ପରିବେଶ ବିଭାଗର ଆବେଦନଗୁଡ଼ିକର ବିଚାର କରାଯିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି | ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଫେବୃୟାରୀ ୧ ସକାଳ ୧୦ଟାରେ ଉଚ୍ଚଶିକ୍ଷା ବିଭାଗ, ଅପରାହ୍ନ ୩ଟାରେ ବିଜ୍ଞାନ ଓ ବୈଷୟିକ ବିଭାଗ, ଫେବୃୟାରୀ ୨ ସକାଳ ୧୦ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ୩ଟାରେ ସାଧାରଣ ଉଦ୍ୟୋଗ ବିଭାଗ, ଫେବୃୟାରୀ ୩ ତାରିଖ ସକାଳ ୧୦ଟାରେ କ୍ରୀଡ଼ା ଓ ଯୁବସେବା ବିଭାଗ, ଅପରାହ୍ନ ୩ ଘଟିକାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରୁ ମିଳିଥିବା ଆବେଦନଗୁଡ଼ିକୁ ବିଚାର କରାଯିବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ କିଶୋର ସୁନ୍ଦରରାୟଙ୍କ ଅଦାଲତରେ ଉକ୍ତ ବିଭାଗଗୁଡିକର ବିଚାର ହେବ ା ସେହିପରି ଗୋପବନ୍ଧୁ ଏକାଡେମୀର ନୂତନ ସମ୍ମିଳନୀ କକ୍ଷରେ ଫେବୃୟାରୀ ୧ ସକାଳ ୧୦ଟାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଅପରାହ୍ନ ୩ଟାରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଫେବୃୟାରୀ ୨ ସକାଳ ୧୦ଟାରେ ଅବକାରୀ ବିଭାଗ, ଅପରାହ୍ନ ୩ଟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଫେବୃୟାରୀ ୩ ସକାଳ ୧୦ଟାରେ ସମବାୟ ବିଭାଗର ଆବେଦନଗୁଡ଼ିକର ବିଚାର ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ର ସମ୍ମିଳନୀ କକ୍ଷରେ ଫେବୃୟାରୀ ୧ ସକାଳ ୧୦ଟାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ, ଅପରାହ୍ନ ୩ଟାରେ ବାଣିଜ୍ୟ ଓ ପରିବହନ ବିଭାଗ, ଫେବୃୟାରୀ ୨ ସକାଳ ୧୦ଟାରେ ଜଳସମ୍ପଦ ବିଭାଗ, ଅପରାହ୍ନ ୩ଟାରେ ପୂର୍ତ୍ତ ବିଭାଗ, ଫେବୃୟାରୀ ୩ ତାରିଖ ସକାଳ ୧୦ଟାରେ ବାଣିଜ୍ୟ ଓ ପରିବହନ ବିଭାଗ, ଅପରାହ୍ନ ୩ଟାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ଆବେଦନକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ବିଚାର କରିବେ ା
ଇଡ୍‌କୋ ଭବନର ୫ମ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ଫେବୃୟାରୀ ୧ ସକାଳ ୧୦ଟାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଅପରାହ୍ନ ୩ଟାରେ ଅର୍ଥ ବିଭାଗ, ଫେବୃୟାରୀ ୨ ସକାଳ ୧୦ଟାରେ ଶକ୍ତି ବିଭାଗ, ଅପରାହ୍ନ ୩ଟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଫେବୃୟାରୀ ୩ ସକାଳ ୧୦ଟାରେ ପର୍ଯ୍ୟଟନ ବିଭାଗ, ଅପରାହ୍ନ ୩ଟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆବେଦନଗୁଡ଼ିକୁ ବିଚାର ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। କୃଷି ଭବନରେ ଫେବୃୟାରୀ ୧ ସକାଳ ୧୦ଟାରେ କୃଷି ବିଭାଗ, ଅପରାହ୍ନ ୩ଟାରେ ସଂସଦୀୟ ବ୍ୟାପାର ବିଭାଗ, ଫେବୃୟାରୀ ୨ ତାରିଖ ସକାଳ ୧୦ଟାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅପରାହ୍ନ ୩ଟାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ଫେବୃୟାରୀ ୩ ସକାଳ ୧୦ଟାରେ ଗୃହ ବିଭାଗ, ଅପରାହ୍ନ ୩ଟାରେ ସାଧାରଣ ଅଭିଯୋଗ ବିଭାଗର ଆବେଦନଗୁଡ଼ିକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଚାର କରିବେ ା
ୟୁନିଟ୍‌ ୮ ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ୍‌ଆଇଆର୍‌ଡି)ର ସମ୍ମିଳନୀ କକ୍ଷରେ ଫେବୃୟାରୀ ୧ ସକାଳ ୧୦ଟାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଅପରାହ୍ନ ୩ଟାରେ ଆଇନ ବିଭାଗ, ଫେବୃୟାରୀ ୨ ସକାଳ ୧୦ଟାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଅପରାହ୍ନ ୩ଟାରେ ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ବିଭାଗ, ଫେବୃୟାରୀ ୩ ତାରିଖ ସକାଳ ୧୦ଟାରେ ଶିଳ୍ପ ବିଭାଗ, ଅପରାହ୍ନ ୩ଟାରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଆବେଦନପତ୍ରଗୁଡ଼ିକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଦାଲତରେ ଉପସ୍ଥାପନ କରାଯିବ ା ଆବଶ୍ୟକ ସ୍ଥଳେ ସମୟ ନିର୍ଘଣ୍ଟକୁ ବୃଦ୍ଧି କରାଯାଇପାରେ।

Leave A Reply

Your email address will not be published.