Jai Odisha
News

ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୨୭ା୭ : ଆସନ୍ତା ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ଗୁରୁବାର ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା ପକ୍ଷରୁ ତାରିଖ ପ୍ରକାଶ ପାଇଛି। ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ସୂଚନା ଦିଆଯାଇଛି। ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ ବୋଲି କୁହାଯାଇଛି। ସେହିଭଳି ମାଟ୍ରିକ୍‌ ଖାତା ଦେଖା ତାରିଖ ମଧ୍ୟ ଘୋଷଣା କରିଛି ବୋର୍ଡ। ମାର୍ଚ୍ଚ ୧୨ରୁ ଖାତାଦେଖା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଅତିକମ୍‌ରେ ଖାତାଦେଖା ୧୨ ଦିନ ଚାଲିବ। ପରୀକ୍ଷା ସଂପର୍କରେ ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ ବୋଲି କୁହାଯାଇଛି।ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୨ରୁ ଖାତାଦେଖା ଆରମ୍ଭ ହେବା। ଏହା ଅତିକମ୍‌ରେ ୧୨ ଦିନ ଚାଲିବ। ଏଥର ରାଜ୍ୟରେ ୫ ଲକ୍ଷ ୭୨ ହଜାର ପିଲା ଦଶମ ଶ୍ରେଣୀରେ ନାମ ଲେଖାଇଛନ୍ତି। ସେମାନଙ୍କ ମଧ୍ୟରୁ ସାଢେ ୫ ଲକ୍ଷ ପିଲା ପରୀକ୍ଷା ଦେବେ ବୋଲି ଆଶା କରାଯାଉଥିବା ବୋର୍ଡ ଡାଇରେକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.