Jai Odisha
News

ଫୋନ ଉଠାଇବା ମାତ୍ରେ କହିବାକୁ ହେବ‘ବନ୍ଦେ ମାତରମ୍‌’ : ମହାରାଷ୍ଟ୍ର ସରକାରଙ୍କ ନୂଆ ଘୋଷଣା

ନୂଆଦିଲ୍ଲୀ,୧୫/୮ :ଫୋନ ଉଠାଇବା ମାତ୍ରେ କହିବାକୁ ହେବ‘ବନ୍ଦେ ମାତରମ୍‌’   ମହାରାଷ୍ଟ୍ର ସରକାରଙ୍କ ନୂଆ ଘୋଷଣା| ମହାରାଷ୍ଟ୍ର ସରକାରରେ ବିଭାଗ ବଣ୍ଟନ ହୋଇଛି । ଏଥି ସହିତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରରେ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସୁଧୀର ଭୁଗଂଟିୱାର ଅଗଷ୍ଟ ୧୪ରେ ସରକାରୀ ଅଧିକାରୀଙ୍କ ପାଇଁ ନୂଆ ଘୋଷଣା କରି କହିଛନ୍ତି ଯେ, ମହାରାଷ୍ଟ୍ରରେ ସରକାରୀ ଅଧିକାରୀ ଫୋନ ଉଠାଇଲା ମାତ୍ରେ ହେଲା କହିବେ ନାହିଁ । ଏବେ ସେମାନଙ୍କୁ ଫୋନ ଉଠାଇବା ମାତ୍ରେ ‘ବନ୍ଦେ ମାତରମ୍‌’ କହିବାକୁ ହେବ । ସରକାରଙ୍କ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷିରେ ଏହି ନିଷ୍ପତ୍ତି ନିଆଯାଇଛି ।   ମନ୍ତ୍ରୀ ସୁଧୀର କହିଛନ୍ତି ଯେ, ରାଜ୍ୟର ସମସ୍ତ ଅଧିକାରୀ ଆସନ୍ତା ବର୍ଷ ଜାନୁଆରୀ ୨୬ ପର୍ଯ୍ୟନ୍ତ ଫୋନ ଉଠାଇଲେ ‘ବନ୍ଦେ ମାତରମ’ କୁହନ୍ତୁ । ସେ କହିଛନ୍ତି ସରକାରୀ ଆଦେଶ ଅଗଷ୍ଟ ୧୮ ପର୍ଯ୍ୟନ୍ତ ମିଳିଯିବ । ସଂସ୍କୃତି ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.