Jai Odisha
News

ବଜେଟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୦୧/୦୨: ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।  ସାଧାରଣ ବଜେଟ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ ଗରିବ କଲ୍ୟାଣକାରୀ ବଜେଟ ବୋଲି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ନିବେଶ, ଅଧିକ ଅଭିବୃଦ୍ଧି, ଅଧିକ ନିଯୁକ୍ତ ସୁଯୋଗ ସୃଷ୍ଟିକାରୀ ହେବ ବଜେଟ । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ ୧୦୦ ବର୍ଷ ମଧ୍ୟରେ ହୋଇଥିବା ଭୟଙ୍କର ମହାମାରୀ ମଧ୍ୟରେ ଦେଶ ବିକାଶର ନୂଆ ବିଶ୍ବାସ ନେଇ ଆସିଛି । ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ସହ ସାଧାରଣ ଜନତାଙ୍କୁ ବେଶ୍‌ ସୁହାଇବ ଏହି ବଜେଟ୍‌ ।’  ବଜେଟ ତକ୍ରାଳ ଆବଶ୍ୟକତାକୁ ସମାଧାନ କରିବାର କ୍ଷମତା ବହନ କରୁଛି । ଯୁବ ମଧ୍ୟମବର୍ଗ, ଦଳିତ, ଗରିବ ବଜେଟରୁ ଲାଭାନ୍ୱିତ ହେବେ । ପ୍ରତି ଗରିବ ପାଖରେ ଜୀବନଧାରଣ ଆବଶ୍ୟକତା ପହଞ୍ଚାଇବାକୁ ବଜେଟ ସକ୍ଷମ । ବଜେଟକୁ ନେଇ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଆମର ଉତ୍ସାହ ବଢ଼ାଇଛି ।ସେ କହିଛନ୍ତି , ଭାରତର କୋଟି କୋଟି ଜନତାଙ୍କ ଆସ୍ଥା , ମା ଗଙ୍ଗାଙ୍କର ସଫେଇ ସହ କୃଷକଙ୍କ କଲ୍ୟାଣ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଯାଇଛି। ଉତ୍ତରାଖଣ୍ଡ , ଉତ୍ତର ପ୍ରଦେଶ , ବିହାର , ଝାଡ଼ଖଣ୍ଡ , ପଶ୍ଚିମ ବଙ୍ଗ ଏହି ୫ ରାଜ୍ୟରେ ଗଙ୍ଗା କୂଳରେ , ନ୍ୟାଚୁରାଲ ଫାର୍ମିଂକୁ ପ୍ରୋତ୍ସାହିତ ଦିଆଯିବ।ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ୱୋଧନରେ କହିଛନ୍ତି , ଏହି ବଜେଟ୍‌ ୧୦୦ ବର୍ଷର ଭୟାନକ ବିପତ୍ତି ( କୋଭିଡ-୧୯) ମଧ୍ୟରେ ବିକାଶର ଏକ ନୂଆ ବିଶ୍ୱାସ ନେଇ ଆସିଛି। ଏହି ବଜେଟ ଅର୍ଥବ୍ୟବସ୍ଥାକୁ ଦୃଢ଼ କରିବା ସହ ସାଧାରଣ ଲୋକଙ୍କ ପାଇଁ ଅନେକ ନୂଆ ସୁଯୋଗ ସୃଷ୍ଟି କରିବ। ସେ କହିଛନ୍ତି କି, ଏହି ବଜେଟର ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ ଗରିବଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ସବୁ ଗରିବଙ୍କ ପାଖରେ ପକ୍କା ଘର ହେଉ , ନଳରେ ପାଣି ଆସୁ , ଶୌଚ୍ଚାଳୟ ହେଉ , ଗ୍ୟାସର ସୁବିଧା ହେଉ , ଏହି ସବୁ ଉପରେ ବିଶେଷ ଧ୍ୟାନ ଦିଆ ଯାଇଛି । ଏହାସହ ହିଁ ଆଧୁନିକ ଇଣ୍ଟରନେଟ୍‌ କନେକ୍ଟିଭିଟିରେ ମଧ୍ୟ ସେତିକି ହିଁ ଜୋର ଦିଆଯାଉଛି ।ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହା ଦେଶର ପ୍ରଥମ ଥର ଯେତେବେଳେ ହିମାଚଳ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର, ନର୍ଥ ଇଷ୍ଟ ପାଇଁ ପର୍ବତମାଳା ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ମାଧ୍ୟମରେ ପାହାଡ଼ି ଅଞ୍ଚଳରେ ପରିବହନ ଏକ ଆଧୁନିକ ପ୍ରଣାଳୀର ନିର୍ମାଣ କରିବ

 

Leave A Reply

Your email address will not be published.