Jai Odisha
News

ବଜେଟ୍‌ ଅଧିବେଶନ:ଆଜିଠୁ ରାଷ୍ଟ୍ରପତିଙ୍କ ଅଭିଭାଷଣ , ପ୍ରଥମ ବକ୍ତା ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ ୦୨/୦୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଉପସ୍ଥାନପରନ ହୋଇଥିଲା ବଜେଟ୍ । ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଥିଲେ । ତେବେ ବୁଧବାର ଦିନ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବିତର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ବକ୍ତା ହେବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।ଲୋକସଭାରେ ଧନ୍ୟବାଦ ଅର୍ପଣ ସମୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ବ୍ୟକ୍ତ କରିବା ଲାଗି ବିରୋଧୀ ଦଳମାନଙ୍କୁ ୧୨ ଘଣ୍ଟା ସମୟ ମିଳିଛି। ‌ସମୁଦାୟ ୧୨ ଘଣ୍ଟାରୁ କଂଗ୍ରେସ ପାର୍ଟିକୁ ମିଳିଛି ୧ ଘଣ୍ଟା। ବିରୋଧୀ ଦଳମାନଙ୍କ ମଧ୍ୟରେ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ କହିବା ପାଇଁ ପ୍ରଥମେ କଂଗ୍ରେସକୁ ସୁଯୋଗ ମିଳୁଥିବାରୁ ବିରୋଧୀ ଦଳମାନଙ୍କ ପକ୍ଷରୁ ରାହୁଲ୍‌ଗାନ୍ଧୀ ପ୍ରଥମେ ବିତର୍କ ଆରମ୍ଭ କରିବେ।ରାହୁଲ ଗାନ୍ଧୀ ବିରୋଧୀ ଦଳଙ୍କ ତରଫରୁ ଏହି ଆଲୋଚନାର ଶୁଭାରମ୍ଭ କରିବେ ।  ସେ ରାଷ୍ଟ୍ରପତୀୟ ଅଭିଭାଷଣ ଓ ବଜେଟ୍‌ ବିଷୟରେ କହିବା ସହ ‘ସ୍ପାଇୱେର୍‌ ସଫ୍ଟ‌େୱେର୍‌ ପେଗାସସ୍‌ କେଳେଙ୍କାରୀ ପ୍ରସଙ୍ଗ ଉତ୍ଥାପନ କରିବେ ବୋଲି କୁହାଯାଉଛି। ଏହାଛଡ଼ା, ସଂସଦ ବାହାରେ ପ୍ରତିବାଦ କରିବା ସହ ପେଗାସସ୍‌ କେଳେଙ୍କାରୀ ପ୍ରସଙ୍ଗ ଉଠାଇବା ଲାଗି କଂଗ୍ରେସ ପାର୍ଟି ଯୁବ କଂଗ୍ରେସ କର୍ମୀମାନଙ୍କୁ ମଧ୍ୟ   କୁହାଯାଇଛି। ଏହି ସମୟରେ, କଂଗ୍ରେସ ଦଳ ଯୁବ କଂଗ୍ରେସ କର୍ମୀଙ୍କୁ ସଂସଦ ବାହାରେ ବିରୋଧ କରିବାକୁ କୁହାଯାଇଛି । ତେବେ ପ୍ରସଙ୍ଗ ରହିବ ପେଗାସସ୍ । ଏହାପୂର୍ବରୁ ଯେତେବେଳେ ସାମ୍ବାଦିକମାନେ ରାହୁଲ ଗାନ୍ଧୀଙ୍କୁ ବଜେଟ୍ ଉପରେ ମନ୍ତବ୍ୟ ଏବଂ ରାଷ୍ଟ୍ରପତିଙ୍କ ଅଭିଭାଷଣ ବିଷୟରେ ପ୍ରତିକ୍ରିୟା ମାଗିଥିଲେ । ସେତେବେଳେ ସେ କହିଥିଲେ ଯେ ସେ ପ୍ରଥମେ ନିଜେ ଗୃହରେ ଏ ବିଷୟରେ କହିବେ .

Leave A Reply

Your email address will not be published.