Jai Odisha
News

ବଜେଟ୍ ୨୦୨୨: ସ୍କୁଲ ପିଲାଙ୍କ ପାଇଁ ପିଏମ-ଇ-ବିଦ୍ୟା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। କରୋନା ମହାମାରୀର ନୂଆ ଲହରୀ ଭିତରେ ଆଜି ସେ ନିଜର ଚତୁର୍ଥ ବଜେଟ୍ ଆଗତ କରିଛନ୍ତି। କରୋନା ମହାମାରୀ ସମୟରେ ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ପିଲାମାନଙ୍କ ଶିକ୍ଷା ବିଶେଷ ଭାବେ ପ୍ରଭାବିତ ହୋଇଛି । ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବଜେଟ୍‍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି,ସ୍କୁଲ ପିଲାଙ୍କ ପାଇଁ ପିଏମ୍‍-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ। ସରକାର ପିଏମ ଇ-ବିଦ୍ୟା ଅଧିନସ୍ଥ ଗୋଟିଏ ଶ୍ରେଣୀ-ଗୋଟିଏ ଟିଭି ଚ୍ୟାନେଲ’ କାର୍ଯ୍ୟକ୍ରମର ସଂପ୍ରସାରଣ କରି ୨୦୦ ଚ୍ୟାନେଲକୁ ବୃଦ୍ଧି କରାଯିବ । ଏହା ଦ୍ବାରା ପ୍ରଥମ ଶ୍ରେଣୀରୁ ୧୨ଶ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷା ଦାନରେ ସହାୟତା ମିଳିପାରିବ ।ପ୍ରଧାନମନ୍ତ୍ରୀ ଇ-ବିଦ୍ୟା ମାଧ୍ୟମରେ ‘ଗୋଟିଏ ଶ୍ରେଣୀ, ଗୋଟିଏ ଟିଭି ଚ୍ୟାନେଲ୍’ କାର୍ଯ୍ୟକ୍ରମରେ ୧୨ ରୁ ୨୦୦ ଟିଭି ଚ୍ୟାନେଲକୁ ବିସ୍ତାର କରାଯିବ । ଏହା ସମସ୍ତ ରାଜ୍ୟକୁ ୧ ରୁ ୧୨ ଶ୍ରେଣୀ ପାଇଁ ଆଞ୍ଚଳିକ ଭାଷାରେ ସପ୍ଲିମେଣ୍ଟାରୀ ଶିକ୍ଷା ପ୍ରଦାନ କରିବାକୁ ସକ୍ଷମ କରିବ । ଏହା ବ୍ୟତୀତ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ।

Leave A Reply

Your email address will not be published.