Jai Odisha
News

ବଜେଟ୍ 2023: କ’ଣ ହେଲା ଶସ୍ତା-ମହଙ୍ଗା

ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ କ୍ଷେତ୍ର ସମ୍ବନ୍ଧରେ ବଜେଟରେ ଅନେକ ଘୋଷଣା କରିଛନ୍ତି। କିନ୍ତୁ ସାଧାରଣ ଲୋକ କେଉଁ ଜିନିଷ ଶସ୍ତା ଏବଂ କେଉଁ ଜିନିଷ ମହଙ୍ଗା ହୋଇଛି ତାହା ମନ୍ତ୍ରୀ କହିଛନ୍ତି।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ କ’ଣ  ଶସ୍ତା ଓ ମହଙ୍ଗା ହେବ ଘୋଷଣା କରିଛନ୍ତି । ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏଗୁଡ଼ିକ ଆହୁରି ମହଙ୍ଗା ହେବ । ଇଲେକ୍ରିକ କିଚେନ ଚିମନି ମହଙ୍ଗା ହେବ, ସିଗାରେଟ ଦାମ୍ ବଢିବ, ସୁନା, ରୁପା, ପ୍ଲାଟିନମ, ଗହଣା ମହଙ୍ଗା ହେବ ,ପୋଷାକ, ହେଡ୍ ଫୋନ୍ ମହଙ୍ଗା ଏଗୁଡ଼ିକ ଆହୁରି ମହଙ୍ଗା ହେବ । ବଜେଟରେ ଖେଳନା ଉପରେ କଷ୍ଟମ ଡ୍ୟୁଟି ୧୩ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ଖେଳନା ମୂଲ୍ୟକୁ ହ୍ରାସ କରିବ।
ଇଲେକ୍ଟ୍ରୋନିକ ଯାନରେ ବ୍ୟବହୃତ ବ୍ୟାଟେରୀ ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯାଇଛି । ଏହି ଇଲେକ୍ଟ୍ରୋନିକ ଯାନଗୁଡ଼ିକ ଶସ୍ତା ହେବ ।
ମୋବାଇଲ ଫୋନରେ ବ୍ୟବହୃତ ଲିଥିୟମ ବ୍ୟାଟେରୀ ଉପରେ କଷ୍ଟମ୍ସ ଡ୍ୟୁଟି ମଧ୍ୟ ହ୍ରାସ କରାଯାଇଛି।
ଫଳରେ ମୋବାଇଲ ଦାମ କମିବାର ଆଶା ରହିଛି। ଟେଲିଭିଜନ ପ୍ୟାନେଲଗୁଡିକରେ ଆମଦାନୀ ଶୁଳ୍କ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଫଳରେ ଟେଲିଭିଜନ ଶସ୍ତା ହେବ।ଷ୍ଟିଲ, ଟିଭି ଶସ୍ତା ହେବ ,ବୈଦୁତିକ ଯାନବାହାନ ଶସ୍ତା ହେବ ,ଫୋନ, କ୍ୟାମେରା ଲେନ୍ସ ,ଖେଳନା, ସାଇକେଲ, ଅଟୋ ମୋବାଇଲ ଶସ୍ତା ହେବ।

Leave A Reply

Your email address will not be published.