Jai Odisha
News

ବଡକୁଶସ୍ଥଳୀ ପଞ୍ଚାୟତରେ ଜିଲ୍ଲା ଯୁବ ବିଜେଡ଼ି ସଭାପତିଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର,୨୬/୮ :ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବଡକୁଶସ୍ଥଳୀ ଗ୍ରାମବାସୀ ଓ ପଞ୍ଚାୟତ ସରପଞ୍ଚ ପକ୍ଷରୁ ଦ୍ବିତୀୟ ଥର ନିମନ୍ତେ ଜିଲ୍ଲା ବିଜେଡ଼ି ସଭାପତି ଭାବେ ଦାୟିତ୍ଵ ନେଇଥିବା ଭବାନୀ କାନ୍ତ ସାହୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଆଜି ଶ୍ରୀ ସାହୁ ବଡ କୁଶସ୍ଥଳୀ ଠାରେ ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ପଟୁଆରରେ ସ୍ବାଗତ କରାଯାଇ ପଞ୍ଚାୟତ ଅଫିସକୁ ପାଛୋଟି ନିଆଯାଇଥିଲା । ଭବାନୀକାନ୍ତ ସାହୁ ୨୦୧୪ ମସିହାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଥିଲେ । ସେ ଯୁବନେତା ଭାବେ ଦଳରେ ଦୀର୍ଘଦିନ ରହି ଦଳ ପାଇଁ କାର୍ଯ୍ୟକରି ଜିଲ୍ଲା ଏବଂ ସହରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ରାଜ୍ୟ ଛାତ୍ର ସମ୍ପାଦକ ଓ ଉପସଭାପତି ପଦରେ ଥିଲେ । ଭବାନୀକାନ୍ତ ସାହୁ ଗତ ପିପିଲି ଉପନିର୍ବାଚନ, ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ପାଇଁ ଅଦ୍ଭୁତପୂର୍ବ ସଫଳତା ଆଣିଥିଲେ । ରାଜ୍ୟ ସରକାରଙ୍କ ଜନହିତକର ଯୋଜନା କିଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିବ ସେ ଦିଗରେ ଗୁରୁତ୍ଵ ଦେବା ଏବଂ ଆଗାମୀ ଦିନରେ ଯୁବ ସଂଗଠନକୁ ସୁଦୃଡ଼ କରିବା ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ପୁଣି ତାଙ୍କୁ ଏହି ଦାୟିତ୍ଵ ମିଳିଥିବାରୁ ସେ ଖୁସି ବ୍ୟକ୍ତ ହୋଇ ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶୁକ୍ରବାର ସରପଞ୍ଚ ସୁନିତା ସେଠୀ,ଯୁବ ନେତା ଟୁନା ସେଠୀ,ଯୁବ ନେତା ଶିବଶଙ୍କର ସେଠୀ,ଆର.ଅନିଲ ରେଡ଼ି, ନାଏବ ସରପଞ୍ଚ ଜିତୁ ସେଠୀ,ପ୍ରମୁଖ ଭବାନୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ସାହୁ ଜଣେ ଯୁବ ସଂଗଠକ ଭାବରେ ଗଞ୍ଜାମ ଜିଲ୍ଲାରେ ବେଶ ପରିଚିତ ରହିଥିବା ସହ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥାଭାଜନ ହୋଇଇପାରିଛନ୍ତି। ଯାହା ଫଳରେ ଜିଲ୍ଲାରେ ଦଳିୟ ସଂଗଠନକୁ ସୁଦୃଢ କରିବା ନିମନ୍ତେ ପୁଣି ଥରେ ଦ୍ବିତୀୟ ଥର ନିମନ୍ତେ ଶ୍ରୀ ସାହୁଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.