Jai Odisha
News

ବଡ଼ନୀ ଗ୍ରାମରେ ବିଶ୍ୱଶାନ୍ତି ମହିମା ମହାଯଜ୍ଞ, ଯୋଗ ଦେଲେ ହିନ୍ଦୁ ମହାସଂଘର ପ୍ରମୁଖ ଜୟନ୍ତ କୁମାର ପାତ୍ର

ନବରଙ୍ଗପୁର ,୨୪।୨: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମ ରେ ଅନୁଷ୍ଠିତ ହୋଇଥିବା ବିଶ୍ୱଶାନ୍ତି ମହିମା ମହାଯଜ୍ଞ ରେ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା ଙ୍କ ନିର୍ଦ୍ଦେଶ ରେ ହିନ୍ଦୁ ମହାସଂଘ ପ୍ରମୁଖ ଶ୍ରୀଯୁକ୍ତ ଜୟନ୍ତ କୁମାର ପାତ୍ର ଯୋଗଦେଇ ଆମନ୍ତ୍ରିତ ସାଧୁସନ୍ଥ ମାନଙ୍କ ସହ ଧର୍ମ ର ସୁରକ୍ଷା କୁ ନେଇ ଆଲୋଚନା କରିବା ସହ ନିଜ ଧର୍ମ ସଂସ୍କୃତି ଓ ପରମ୍ପରା ର ସୁରକ୍ଷା କରିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ | ଆଜି ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଙ୍କ ଜନ୍ମ ଦିନ ହୋଇଥିବା ଯୋଗୁଁ ସେ ସାଧୁସନ୍ଥ ଙ୍କ ଗହଣରେ ନିଜ ଜନ୍ମ ଦିନ ପାଳନ କରିଥିଲେ। ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ବ୍ରହ୍ମ ଅବଧୂତ ଡମ୍ବରୁ ବାବା, ପ୍ରଭାକର ବାବା, ଋଷି ବାବା ଏବଂ ଅନ୍ୟ ସାଧୁସନ୍ଥ ଧର୍ମ ରକ୍ଷା ପାଇଁ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଝରିଗାଁ ବ୍ଲକ ମିଡ଼ିଆ ସଂଯୋଜକ ସବ୍ୟସାଚୀ ଭରତିଆ ଓ ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ଉପ ସଭାପତି ଆଶୁତୋଷ ମିସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଆଜି ର କାର୍ଯ୍ୟକ୍ରମ କୁ ସଂପୂର୍ଣ୍ଣ ପରିଚାଳନା କରିଥିଲେ ହିନ୍ଦୁ ମହାସଂଘ ର ବରିଷ୍ଠ କାର୍ଯ୍ୟକର୍ତ୍ତା ବିଭୁଦତ୍ ମେହେର।

Leave A Reply

Your email address will not be published.