Jai Odisha
News

ବଢ଼ିବ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା!

  କଟକ, ୧୮/୧୧ :  ରାଜ୍ୟର ବିଧାୟକମାନେ ପାଇବେ ଅଧିକ ଦରମା ଓ ଭତ୍ତା । ଏଥିସହିତ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିବ ।  ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ନେଇ ବିଧାନସଭାରେ ପୂର୍ବରୁ ଏକାଧିକ ବାର ଦାବି କରାଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଏକ କମିଟି ଗଠନ କରିଥିଲେ । ଗତ ଅଗଷ୍ଟ ମାସରେ ମୌସୁମୀ ଅଧିବେସନ ଚାଲିଥିବା ବେଳେ ବିଧାୟକମାନେ ଦରମା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବି ଜଣାଇଥିଲେ । ବିଧାୟକଙ୍କ ଦାବିକୁ ଦୃଷ୍ଟିରେ ରଖି ସେ ସମୟରେ ବାଚସ୍ପତି ୧୦ ଜଣ ବିଧାୟକଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରିଥିଲେ ।ଏ ନେଇ ଗଠିତ କମିଟି ଆସନ୍ତା ୨୪ରେ ହେବାକୁ ଥିବା ଶୀତ ଅଧିବେସନରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ରିପୋର୍ଟ ପ୍ରଦାନ କରି ବେ ।   ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ପରାମର୍ଶଦାତା କମିଟିର ଚତୁର୍ଥ ବୈଠକ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଥିଲା । ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ସପକ୍ଷରେ କମିଟି ରହିଥିବା ଅମର ମତ ଦେଇଛନ୍ତି । ବୈଠକରେ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା ସହିତ ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା, ଭତ୍ତାକୁ ସମୀକ୍ଷା କରାଯାଇଥିଲା ।

 

Leave A Reply

Your email address will not be published.