Jai Odisha
News

ବଢ଼ିଲା ମହାପ୍ରଭୁଙ୍କ ବନକଲାଗି ବିବାଦ

ପୁରୀ,୨୬।୭:ଆଜି ବି ହୋଇପାରିନି ଜଗାର ବନକଲାଗି। ଆଜି ବନକଲାଗି ନୀତି କରିବା ନେଇ ପ୍ରଶାସନିକ ନିର୍ଦ୍ଦେଶକୁ   ବେଖାତିର କରାଗଲା। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ନୀତି କରିବାକୁ ଦେଖାଦେଇଥିବା ବିବାଦ ସମାଧାନ ହୋଇପାରି ନ ଥିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ନୀତି କରିବାକୁ ଦେଖାଦେଇଥିବା ବିବାଦ ସମାଧାନ ହୋଇପାରି ନ ଥିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।   ଯେଉଁଥିପାଇଁ ନୀଳାଦ୍ରି ବିଜେର ୨୫ ଦିନ ପରେ ବି ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇପାରିନି। ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ଭିତରେ ବିବାଦ କାରଣରୁ ବନକଲାଗିକୁ ନେଇ ଏଭଳି ଅନିଶ୍ଚିତତା ଦେଖାଦେଇଛି। ଉଭୟପକ୍ଷଙ୍କ ଆତ୍ମବଡ଼ିମା, ଅହଙ୍କାରର ଏହା ପରିଣାମ ବୋଲି ଭକ୍ତ ମହଲରେ ଚର୍ଚ୍ଚା ହେଲାଣି। ଏଭଳି ବିବାଦୀୟ ପରିସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ଆସନ୍ତା ୨୬ ତାରିଖ ବୁଧବାର ବନକଲାଗି କରିବାକୁ ନିଷ୍ପତ୍ତି ନେଇଛି। ଯଦି ଦତ୍ତ ମହାପାତ୍ର ସେବକ ଅସହଯୋଗ କରନ୍ତି, ସେମାନଙ୍କୁ ବାଦ୍‌ ଦେଇ ଦଇତାପତିଙ୍କ ଜରିଆରେ ବନକଲାଗି କରିବାକୁ ପ୍ରସ୍ତୁତି ଚଳାଇଥିବା ଶୁଣିବାକୁ ମିଳିଛି। ସେପଟେ ଦତ୍ତ ମହାପାତ୍ର ସେବକମାନେ କିନ୍ତୁ ଗୁରୁବାର ବନକଲାଗି କରିବାକୁ ନିଜ ଜିଦ୍‌ରେ ଆଜି ବି ଅଟଳ ରହିଛନ୍ତି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ଦତ୍ତ ମହାପାତ୍ର ସେବକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ କରି ସାରିଥିବା  ଜଣାପଡ଼ିଛି।ଗୁରୁବାର ନୁହେଁ, ଆଜି ହିଁ ଶ୍ରୀଜୀଉଙ୍କ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଦେଇଥିଲା। ଆଜି ବନକ ଲାଗି ନ କଲେ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।ତେବେ ପୂର୍ବରୁ ଗୁରୁବାର ବନକଲାଗି ପାଇଁ ପ୍ରଶାସନକୁ ନିବେଦନ କରାଯାଇଥିବା ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ବନକଲାଗି ନୀତି ସମ୍ଭବ ନୁହେଁ। ଆସନ୍ତାକାଲି ବନକଲାଗି କରିବାକୁ ସେ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି। ବନକ ସାମଗ୍ରୀ ପ୍ରସ୍ତୁତ ପାଇଁ ଅନ୍ୟୁନ ୫/୬ ଘଣ୍ଟା ଆବଶ୍ୟକ। ଆଜି ବନକ ଲାଗି ନିମନ୍ତେ ଆବଶ୍ୟକ ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆଣି ପ୍ରସ୍ତୁତ ଲେପ ପ୍ରସ୍ତୁତି କରାଯିବ।ତେଣୁ ଆଜି ବନକଲାଗି କରିବା ସମ୍ଭବପର ନୁହେଁ। କାଲି ବନକଲାଗି କରିବାକୁ ପ୍ରଶାସକଙ୍କ ଅନୁମତି ଲୋଡ଼ା ଯାଇଛି ବୋଲି କହିଛନ୍ତି ଦତ୍ତ ମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର।

Leave A Reply

Your email address will not be published.