Jai Odisha
News

ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି:ଓଡ଼ିଶା ସରକାର

ଭୁବନେଶ୍ବର, ୨୯।୧୦  : ରାଜ୍ୟ ସରକାର ହାଇସିକ୍ୟୁରିଟି ରେଜିଷ୍ଟ୍ରସନ  ନଂ ପ୍ଲେଟ ଅବଧି  ବଢାଇଛନ୍ତି । ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ସମୟସୀମାକୁ ପୁଣି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଉ ମାସେ ବୃଦ୍ଧି କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି । ୨୦୨୩ ଫେବ୍ରୁଆରୀ ପର୍ୟ୍ୟନ୍ତ ଅବଧି ବୃଦ୍ଧି କରିଛନ୍ତି ସରକାର । ଶେଷ ଅଙ୍କ ୧,୨,୩,୪ ଥିଲେ, ସେଥିରେ ନଭେମ୍ବର ୩୦ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ । ସେହିପରି ଶେଷ ଅଙ୍କ ୫,୬ ଥିଲେ, ସେଥିରେ ଡିସେମ୍ବର ୩୧ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ । ଶେଷ ଅଙ୍କ ୭,୮ ଥିଲେ, ସେଥିରେ ଜାନୁଆରୀ ୩୧ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ । ଶେଷ ଅଙ୍କ ୦ କିମ୍ବା ୯ ଥିଲେ, ସେଥିରେ ଫେବ୍ରୁଆରୀ ୨୮ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ ।

Leave A Reply

Your email address will not be published.