Jai Odisha
News

ବଣ୍ଡ ନମ୍ବର ମଧ୍ୟ ପ୍ରକାଶ କରାଯିବା ଉଚିତ : ସୁପ୍ରିମକୋର୍ଟ

ଶୁକ୍ରବାର ଦିନ ନିର୍ବାଚନ ବଣ୍ଡ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏସବିଆଇକୁ ସଂପୂର୍ଣ୍ଣ ସଂଖ୍ୟକ ଇଲେକ୍ଟୋରାଲ ବଣ୍ଡ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏସବିଆଇ ନିର୍ବାଚନ ବଣ୍ଡ କ୍ରୟ ଏବଂ ଏହାକୁ ଗ୍ରହଣ କରୁଥିବା ଲୋକଙ୍କ ନାମ ନିର୍ବାଚନ ଆୟୋଗକୁ ହସ୍ତାନ୍ତର କରିଛି। ନିର୍ବାଚନ ବଣ୍ଡ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିବା ସହ ଏସବିଆଇରୁ ଉତ୍ତର ମାଗିଥିଲେ। ବରିଷ୍ଠ ଓକିଲ କପିଲ ସିବଲ ଏବଂ ପ୍ରଶାନ୍ତ ଭୂଷଣ କୋର୍ଟରେ ଏହି ପ୍ରଶ୍ନ ଉଠାଇଥିଲେ। ଏସବିଆଇ ବଣ୍ଡର ୟୁନିକ ନମ୍ବର ଦେଇନଥିଲେ ଏବଂ କୋର୍ଟରେ ଏସବିଆଇତରଫରୁ କେହି ଉପସ୍ଥିତ ନଥିଲେ। ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ଏସବିଆଇରୁ ଉତ୍ତର ମାଗିଛନ୍ତି। ସୋମବାର ପୁଣି ଏହି ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟ ଶୁକ୍ରବାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ବଣ୍ଡ କ୍ରୟ ଏବଂ ପୂର୍ବରୁ ପ୍ରକାଶିତ ସବିଶେଷ ତଥ୍ୟ ବ୍ୟତୀତ ଭୋଟର ବଣ୍ଡ ନମ୍ବର ଅର୍ଥାତ୍ ୟୁନିକ ନମ୍ବର ପ୍ରକାଶ କରିବାକୁ ପଡ଼ିବ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର.ଗବାଇ , ଜଷ୍ଟିସ ମନୋଜ ମିଶ୍ରା ଆଦି ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି ।ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ ଏସବିଆଇ ପକ୍ଷରୁ କିଏ ହାଜର ହେଉଛନ୍ତି ବୋଲି ପଚାରିଥିଲେ। ସେ କହିଛନ୍ତି ଯେ ଏସବିଆଇ ସଂପୂର୍ଣ୍ଣ ନମ୍ବର ପ୍ରକାଶ କରିନାହିଁ। ଏହି ସୂଚନା ଏସବିଆଇକୁ ଦେବାକୁ ପଡିବ |

Leave A Reply

Your email address will not be published.