Jai Odisha
News

ବଦଳିଯିବ ଦେଶର ୨୩ଟି AIIMSର ନାମ

ନୂଆଦିଲ୍ଲୀ, ୨୨|୦୮: ଦିଲ୍ଲୀ ସମେତ ସମସ୍ତ ୨୩ଟି ଏମ୍ସର ନାଁରେ ହେବ ପରିବର୍ତ୍ତନ । ଦେଶର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ପ୍ରଦାନ କରୁଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ (ଏମ୍ସ)ର ନାମ ଖୁବଶୀଘ୍ର ବଦଳିବାକୁ ଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ପ୍ରସ୍ତାବ ବିଚାରାଧୀନ ରହିଛି । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଦିଲ୍ଲୀ ସମେତ ଦେଶର ୨୩ଟି ଯାକ ଏମ୍ସର ନାମ ବଦଳିବାର ସମ୍ଭାବନା ରହିଛି । ସ୍ଥାନୀୟ ସ୍ୱାଧିନତା ସଂଗ୍ରାମୀ, ବୀର ପୁରୁଷ ଏବଂ ଐତିହାସିକ ଘଟଣା ଅନୁସା ମନ୍ତ୍ରଣାଳୟର ପ୍ରସ୍ତାବ ଅନୁଯାୟୀ, ଏମ୍ସଗୁଡ଼ିକର ନାମ ସ୍ଥାନୀୟ ଅଞ୍ଚଳର ଖ୍ୟାତିସମ୍ପନ୍ନ ବ୍ୟକ୍ତି, ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ କିମ୍ବା ସ୍ମାରକୀ ନାମରେ ନାମିତ କରାଯିବ । ୨୩ଟି ଏମ୍ସ ମଧ୍ୟରୁ ଅଧିକାଂଶ ଏମ୍ସ ନୂଆ ନାମ ସଂକ୍ରାନ୍ତ ତାଲିକା ଦାଖଲ କରିସାରିଛନ୍ତି । ଅଧିକାଂଶ ଏମ୍ସ ୩ରୁ ୪ଟି ଲେଖାଏଁ ନାମ ପ୍ରସ୍ତାବରେ ଦିଆଯାଇଥିବା ଜଣାଡ଼ିଛି । ବର୍ତ୍ତମାନ ଏମ୍ସଗୁଡ଼ିକ ଯେଉଁ ସହରରେ ଅବସ୍ଥିତ, ସେହି ଅନୁସାରେ ନାମକରଣ ହୋଇଛି । ନୂଆ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସେଗୁଡ଼ିକ ନୂଆ ନାମ ପାଇବେ । ସ୍ଥାନୀୟ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ, ପ୍ରତିଷ୍ଠାନ, ଭୌଗୋଳିକ ପରିଚୟ ଓ ପ୍ରମୁଖ ଐତିହାସିକ ଘଟଣା, ସେହି ଅଞ୍ଚଳର ସ୍ମାରକୀ ସହିତ ଏମ୍ସଗୁଡ଼ିକର ନାମ ଯୋଡ଼ାଯିବ । ବିକଳ୍ପ ନାମ ସମ୍ପର୍କରେ ଯେଉଁମାନଙ୍କ ନାମ ପ୍ରସ୍ତାବରେ ଦିଆଯାଇଛି ସେ ନେଇ ବିସ୍ତୃତ ବିବରଣୀ ମଧ୍ୟ ଦାଖଲ କରାଯାଇଛି । ୬ଟି ନୂଆ ଏମ୍ସ ବିହାରର ପାଟନା, ଛତିଶଗଡର ରାୟପୁର, ମଧ୍ୟପ୍ରଦେଶର ଭୋପାଳ, ଓଡିଶାର ଭୁବନେଶ୍ୱର, ରାଜସ୍ଥାନର ଯୋଧପୁର ଓ ଉତ୍ତରାଖଣ୍ଡର ଋଷିକେଶରେ ପ୍ରତିଷ୍ଠା ହୋଇଛି । ୨୦୧୫ରୁ ୨୦୨୨ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ୧୬ ଏମ୍ସରେ ଏମବିବିଏସ ଓ ଆଉଟ ପେସେଣ୍ଟ ସେବା ଆରମ୍ଭ ହୋଇଯାଇଛି । ଅନ୍ୟ ଦୁଇଟିରେ କେବଳ ଏମବିବିଏସ କ୍ଲାସ୍ ଚାଲିଛି ।

Leave A Reply

Your email address will not be published.