Jai Odisha
News

ବଦଳିଲା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାଁ

ନୂଆଦିଲ୍ଲୀ,୨୮।୧: ବଦଳିଲା ମୋଗଲ ଗାର୍ଡେନର ନାଁ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାଁ ଆଜି ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହା ‘ଅମୃତ ଉଦ୍ୟାନ’ ଭାବରେ ଜଣାଯିବ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏହାର ସୌନ୍ଦର୍ଯ୍ୟ ପାଇଁ ବହୁତ ପ୍ରସିଦ୍ଧ।ରାଷ୍ଟ୍ରପତି ଭବନ ପକ୍ଷରୁ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରାଯାଇଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦୀ କା ଅମ୍ରିତ ମହତ୍ସୋବ ପାଳନ କରୁଛି । ଆଉ ଏହି ପର୍ଯ୍ୟାୟରେ ରାଷ୍ଟ୍ରପତି ଭବନର ଥିବା ମୋଗଲ ଗାର୍ଡେନକୁ ଅମୃତ ଉଦ୍ୟାନ ଭାବେ ରାଷ୍ଟ୍ରପତି ନାମକରଣ କରାଯାଇଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି|ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି। ଏଠାରେ ୧୩୮ ପ୍ରକାରର ଗୋଲାପ, ୧୦,୦୦୦ରୁ ଅଧିକ ଟୁଲିପ ବଲ୍ବ ଏବଂ ୭୦ଟି ପ୍ରଜାତିର ପ୍ରାୟ ୫୦୦୦ ଋତୁକାଳୀନ ଫୁଲ ରହିଛି। ଏହି ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ବାରା ଖୋଲା ଯାଇଥିଲା। ସେବେଠାରୁ ଏହା ପ୍ରତିବର୍ଷ ବସନ୍ତ ଋତୁରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥାଏ। ୧୫ ଏକରରୁ ଅଧିକ ଜମିରେ ତିଆରି ହୋଇଥିବା ଏହି ଉଦ୍ୟାନ ବ୍ରିଟିଶ ଶାସନ କାଳରେ ନିର୍ମିତ ହୋଇଥିଲା। ଏକ ପ୍ରବାଦ ଅଛି ଯେ ମୋଗଲ ଗାର୍ଡେନ ହେଉଛି ଦେଶର ରାଷ୍ଟ୍ରପତି ଭବନର ଆତ୍ମା। ମୋଗଲ ଗାର୍ଡେନର ଏକ ଅଂଶ ସ୍ୱତନ୍ତ୍ର କିସମର ଗୋଲାପ ପାଇଁ ଜଣାଶୁଣା। ରାଷ୍ଟ୍ରପତି ଭବନ ଏବଂ ମୋଗଲ ଗାର୍ଡେନକୁ ସ୍ଥପତି ସାର୍ ଏଡୱାର୍ଡ ଲୁଟିନ୍ସ ଡିଜାଇନ୍ କରିଥିଲେ।

Leave A Reply

Your email address will not be published.