Jai Odisha
News

ବନକଲାଗି ବିବାଦ: ବାହାରିଲାନି ସମାଧାନ, ୧ରେ ନିଷ୍ପତ୍ତି

ପୁରୀ,୨୮।୭:ବନକଲାଗି ନୀତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି। ନୀଳାଦ୍ରି ବିଜେକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ମହାପ୍ରଭୁଙ୍କ ବନକଲାଗି ହୋଇପାରିନାହିଁ।  ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ବିବାଦର ସମାଧାନ ଲାଗି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ପରିଚାଳନା କମିଟିର ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଛି । ତେବେ ବୈଠକରେ କିଛି ଚୂଡାନ୍ତ ନିଷ୍ପତ୍ତି ହୋଇପାରି ନଥିବାରୁ ଆସନ୍ତା ୧ ତାରିଖରେ ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ |  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ବନକଲାଗି ନୀତି ସମ୍ପନ୍ନ କରିବାକୁ କୁହାଯାଉଛି ।ଶ୍ରୀଜଗନ୍ନାଥ ମନ୍ଦିର ନୀତି ସବ୍‌ କମିଟି ବୈଠକରେ ତୁଟି ପାରିଲାନି ଶ୍ରୀଜୀଉଙ୍କ ବନକଲାଗି ବିବାଦ। ବୈଠକରେ ମତଭେଦ ଯୋଗୁଁ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ପରବର୍ତ୍ତୀ ପରିଚାଳନା କମିଟି ବୈଠକରେ ଏନେଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ।  ତେବେ ସ୍ୱତ୍ତ୍ୱଲିପିରେ ଥିବା ବ୍ୟବସ୍ଥା ଅନୁଯାୟୀ ବନକଲାଗି ବୁଧବାର କିମ୍ବା ଗୁରୁବାର କରିବାକୁ ଉଲ୍ଲେଖ୍‍ ଥିବାରୁ ଦତ୍ତମହାପାତ୍ର ସେବକମାନେ ଏହାକୁ ଗୁରୁବାର ସମ୍ପନ୍ନ କରିବାକୁ ଯୁକ୍ତି ବାଢ଼ିଛନ୍ତି । ଏହାକୁ କେନ୍ଦ୍ରକରି ସମ୍ପୃକ୍ତ ସେବକ ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଭିତରେ ମତଭେଦ ଦେଖାଦେଇଛି । ଯାହାଫଳରେ ନୀଳାଦ୍ରିବିଜେ ପରଦିନ ହେବାକୁ ଥିବା ବନକଲାଗି ନୀତି ଇତି ମଧ୍ୟରେ ୨୮ ଦିନ ବିତି ଯାଇଥିଲେ ମଧ୍ୟ ସମ୍ପନ୍ନ ହୋଇପାରିନାହିଁ । ଗତକାଲି ବନକଲାଗି ନୀତି ହୋଇପାରି ନାହିଁ । ତେବେ ଆଜିର ବୈଠକ ପରେ କେବେ ବନକଲାଗି କରାଯିବ ନେଇ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.