Jai Odisha
News

ବନ୍ୟା ସ୍ଥିତି ସମୀକ୍ଷା କରିଲେ ଜଳ ସମ୍ପଦ ମନ୍ତ୍ରୀ

ଭୁବନେଶ୍ବର, ୨୨/୮:  ରାଜ୍ୟରେ ବନ୍ୟା  ଦେଖା ଦେଇଛି । ଏହି ସମୟରେ ୩ଟି ଜିଲ୍ଲାର ସ୍ଥିତି ପରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ । ବାଲେଶ୍ୱର,ମୟୁରଭଞ୍ଜ,କେନ୍ଦୁଝର ଜିଲ୍ଲାର ସ୍ଥିତି ଉପରେ ଆଲୋଚନା କରାଯାଉଛି । ବର୍ତ୍ତମାନ ଅଧିକ ଫୋକସ ବାଲେଶ୍ୱର ବସ୍ତା, ଭୋଗରାଇ,ବାଲିଆପାଳ ଉପରେ ଅଧିକ ପ୍ରଭାବିତ ହୋଇଛି । କିପରି ବନ୍ୟାସ୍ଥିତିକୁ ନିୟନ୍ତ୍ରଣ କରାଯିବ ତାହା ଉପରେ ଏକ ସମୀକ୍ଷା ବୈଠକ କରାଯାଇଛି । ଏହି ବୈଠକରେ ଜଳସମ୍ପଦ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ,ବ୍ରାହ୍ମଣୀ ଓବୈତରଣୀ ନଦୀର ସ୍ଥିତିକୁ ନେଇ ଆଲୋଚନା କରାଯାଇଛି । ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ସ୍ଥିର ରହିଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଗତ ୮ ଘଣ୍ଟା ହେବ ନଦୀରେ ବନ୍ୟାଜଳ ସ୍ଥିର ରହିଛି । ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ ସମେତ ତଳି ଅଞ୍ଚଳରେ ପାଣି ପଶିଛି । ସୁବର୍ଣ୍ଣରେଖାରେ ସିଷ୍ଟମରେ କୌଣସି ଘାଇ ହୋଇନାହିଁ । ଅନ୍ୟ ନଦୀ ଗୁଡିକରେ ବନ୍ୟାଜଳ କମିବା ଆରମ୍ଭ ହୋଇଛି । ପରିସ୍ଥିତି ଉପରେ ନଜର ରଖାଯାଇଛି ।ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣରେଖାରେ ବନ୍ୟା ପାଇଁ ୭୪ ଟି ପଞ୍ଚାୟତ୧୪୭ ଗାଁ ପ୍ରଭାବିତ ହୋଇଛି । ଏହା ସହିତ ୨୦୮ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ୪୦ ହଜାରରୁ ଅଧିକ ଲୋକଙ୍କୁ ବର୍ତ୍ତମାନ ସ୍ଥାନାନ୍ତର କରାଯାଇଛି । ବନ୍ୟା ସମୟରେ କଳାବଜାରି ରୋକିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଏହା ସହିତ ବନ୍ୟାର ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.