Jai Odisha
News

ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ

ଭୁବନେଶ୍ୱର,୬।୨: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ ହୋଇଛି । ଫଳରେ ୩ ଜଣ ହୋଟେଲ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି ।  ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ ହୋଇଥିଲା । ତେବେ ସେଠାରେ ଥିବା ଏକ ହୋଟେଲରେ ଖାଇବା କଥାକୁ ନେଇ ହୋଟେଲ ମାଲିକ ଏବଂ ୨ଜଣ ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାଫଳରେ ସେମାନେ ପଇସା ନ ଦେଇ ସେହି ସ୍ଛାନରୁ ଚାଲିଯାଇଥିଲେ । କିନ୍ତୁ ଏହାର ଠିକ୍ କିଛି ସମୟ  ପରେ  ପୁଣି  ଥରେ ସେହି ୨ ଜଣ ଆସି ସେହି ହୋଟେଲ ଉପରେ ବୋମା ମାଡ କରିଥିବା ଅଭିଯୋଗ ହୋଇଛି ।ଅନ୍ୟପକ୍ଷେ ଏହି ଘଟଣାର ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏଥିସହିତ ସେହି ୨ ବ୍ୟକ୍ତି ମଧ୍ୟରୁ ଜଣକୁ ଅଟକ ରଖି ପଚରାଉଚରା ଚଳାଉଛି ।

Leave A Reply

Your email address will not be published.