Jai Odisha
News

ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ

ଭୁବନେଶ୍ୱର,୨୬/୦୫: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ । ବିରାଜ ଦାଶଙ୍କ ବୁଧବାର ରାତି ୯ଟାରେ ଦେହାନ୍ତ ହୋଇଯାଇଛି । ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ । ଦୀର୍ଘ ଦିନ କର୍କଟରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ବିରାଜଙ୍କ ପରଲୋକ ନେଇ ସାନ ପୁଅ ଅର୍ଣ୍ଣବ ଦାସଙ୍କ ସୂଚନା । ଅନେକ ଟିଭି ସିରିୟଲ ଓ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଥିଲେ ବିରାଜ । ଖବର ପାଇ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ଦର୍ଶନ ପାଇଁ ଓଲିଉଡ୍‌ର ଅନେକ କଳାକାର ଏକାଠି ହୋଇଛନ୍ତି । ଟେଲି ସିରିୟଲ ‘ତମସାତୀରେ’ରେ ଅଭିନୟ କରିି ଲୋକପ୍ରିୟ ହୋଇଥିଲେ । ଚଳଚ୍ଚିତ୍ର ‘ଯା ଦେବୀ ସର୍ବଭୂତେଷୁବଗଲା ବଗୁଲୀରେ ଅଭିନୟ ବି କରିଥିଲେ ।   ବହୁ କଳାକାର ଗଭୀର ଶୋକବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।୧୯୫୯ ଜୁନ୍‌ ୧୫ରେ ଜନ୍ମିତ ଶ୍ରୀ ଦାଶ ମୁମ୍ବାଇରେ ମ୍ୟାନେଜମେଣ୍ଟ ପଢ଼ି ବ୍ୟାଙ୍କରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅବସର ପରେ ଅଭିନୟ ଦୁନିଆରେ ବ୍ୟସ୍ତ ଥିଲେ । ଅସୁସ୍ଥ ହେବା ପୂର୍ବରୁ ସେ ବିଭିନ୍ନ ସିନେମାରେ କାର୍ଯ୍ୟ କରି ଚାଲିଥିଲେ । ବୁଧବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ଖବର ଆସିବା ପରେ ସମସ୍ତ କଳାକାର ଆଶୁଆରୋଗ୍ୟ କାମନା ପୂର୍ବକ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କିନ୍ତୁ ଶେଷରେ ରାତିରେ ତାଙ୍କ ବିୟୋଗ ନେଇ ଦୁଃଖଦ ଖବର ପହଞ୍ଚିଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୨ପୁଅ ଓ ଧର୍ମପତ୍ନୀ ଉପସ୍ଥିତ ଥିଲେ। ଗୁରୁବାରୁ ପୂର୍ବାହ୍ନ ୧୦ଟାରେ ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

Leave A Reply

Your email address will not be published.