Jai Odisha
News

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ ,୧୧ା୫: ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ଗୁରୁବାର ପରଲୋକ ଘଟିଛି। ତେଲଙ୍ଗାବଜାରସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।ସୂଚନାଯୋଗ୍ୟ, ସେ କିଛିଦିନ ହେଲା ଲିଭର ଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। ତେବେ ଆଜି ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ କଂଗ୍ରେସର ବରିଷ୍ଠ ନେତା ଏବଂ କର୍ମୀମାନେ ଶୋକବ୍ୟକ୍ତ କରିଛନ୍ତି।ସୂଚନା ମୁତାବକ, ଗତ କିଛିଦିନ ଧରି ଅଶୋକ ଲିଭର ସମ୍ବନ୍ଧୀୟ ବିମାରୀରେ ଜଡ଼ିତ ରହି ଚିକିତ୍ସିତ ହେଉଥିଲେ । ତେବେ ଡାକ୍ତରଙ୍କ ସମସ୍ତଙ୍କ ପ୍ରୟାସ ବୃଥା ପାଲଟିବା ସହ ଅଶୋକ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ଅଶୋକଙ୍କ ମୃତ୍ୟୁରେ ରାଜ୍ୟ ରାଜନୈତିକ ମହଲରେ ଶୋକର ଲହରୀ ଖେଳିଯାଇଛି । କଂଗ୍ରେସ ସହିତ ଅନ୍ୟ ରାଜନୈତିକ ଦଳର ବହୁ ବରିଷ୍ଠ ନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.