Jai Odisha
News

ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,୨୬।୨: ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ଭାବେ ପରିଚିତ ଅଜିତ ମହାନ୍ତଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ୭୩ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି ।ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ବେଙ୍ଗାଲୁରୁରେ ଚିକିତ୍ସା ପରେ ତାଙ୍କୁ ୧୫ ଦିନ ତଳେ ଏମ୍ସକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଜିତ ୩୫ ବର୍ଷରୁ ଅଧିକ ସମୟ ଧରି ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିଲେ।  ତେବେ ଅଜିତ ମହାନ୍ତି ‘ଧରିତ୍ରୀ’ ଏବଂ ସମୟ ପରି ବଡ ସମ୍ବାଦପତ୍ରରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ । କିନ୍ତୁ ଆଜି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ନ୍ୟୁ ଭୁବନେଶ୍ୱର କ୍ଲବର ସମ୍ପାଦକ ଶ୍ରୀ ବିଦ୍ୟାଧର ବାରିକ । ଏଭଳି ଜଣେ ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ସମସ୍ତ ଗଣମାଧ୍ୟମରେ ଖେଳିଯାଇଛି ଶୋକର ଛାୟା । ଅନ୍ୟାନ୍ୟ ସାମ୍ବାଦିକ ସାଥୀମାନେ ତାଙ୍କ ଦେହାନ୍ତ ପାଇଁ ଶୋକ ପ୍ରକାଶ କରିଛନ୍ତି । ତେବେ ତାଙ୍କର ମୃତ୍ୟୁ ପରେ ଗଣମାଧ୍ୟମ ଜଗତ ଏବଂ ଏହି ବିଭାଗ ପାଇଁ ଏକ ବଡ ଅପୁରଣୀୟ କ୍ଷତି ସୃଷ୍ଟି ହୋଇଛି

Leave A Reply

Your email address will not be published.