Jai Odisha
News

ବର୍ଷା ପରେ ଭୂସ୍ଖଳନ ଓ ବନ୍ୟା କାରଣରୁ ପାଞ୍ଚ ମୃତ : ଶହ ଶହ ଲୋକେ ପ୍ରଭାବିତ

ପ୍ରବଳ ବର୍ଷା ପରେ ଭୂସ୍ଖଳନ ଓ ବନ୍ୟା କାରଣରୁ ପାଞ୍ଚ ଜଣଙ୍କର ମୃତ୍ୟୁ । ଶହ ଶହ ଲୋକେ ହୋଇଛନ୍ତି ପ୍ରଭାବିତ । ଏକାଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଘର ହୋଇଛି କ୍ଷତିଗ୍ରସ୍ତ ।
ସୂଚନା ଅନୁସାରେ, ଗତ ତିନି ଦିନ ହେବ ଜମ୍ମୁ କଶ୍ମୀରରେ ବର୍ଷା ଜାରିରହିଛି। ବର୍ଷା ସାଙ୍ଗକୁ ଅନେକ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଡୋଡା, ରିଆସି, କିଶତ୍ୱାର, ରାମବାନ ଏବଂ ବାରମୁଳା ସମେତ ଅନେକ ପାହାଡ଼ିଆ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ରାସ୍ତାରେ ଏକାଧିକ ସ୍ଥାନରେ ଭୂସ୍ଖଳନ କାରଣରୁ ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥ ଗତ ତିନି ଦିନ ହେବ ବନ୍ଦ ରହିଛି। ସେପଟେ କୁପୱାଡାରେ ଜଳ ସ୍ତର ହ୍ରାସ ପାଇବା ପରେ ଲୋକମାନେ ନିଜ ନିଜ ଘରକୁ ଫେରିଛନ୍ତି। ତଥାପି ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିପାରି ନାହି । ବିଭିନ୍ନ ଜିଲ୍ଲାରେ ସ୍କୁଲ୍-କଲେଜ ଛୁଟି ଘୋଷଣା କରାଯାଇଛି।

Leave A Reply

Your email address will not be published.